ଦିନକ ପରେ ଅକ୍ଷୟତୃତୀୟା : ବିହନ ଯୋଗାଇବାରେ ବିହନ ନିଗମ ବିଫଳ

0 277

ବୈାଦ୍ଧ: ଆଉ ଦିନକ ପରେ ପଡିବ ଅକ୍ଷୟ ତୃତୀୟା, ଚାଷୀ ଅଖିମୁଠି ଅନୁକୂଳ ପାଇଁ ଚାହିଁରହିଛି ଧାନବିହନକୁ କିନ୍ତୁ ବିହନ ଯୋଗାଇବାରେ ବିଫଳ ହୋଇଛି ରାଜ୍ୟ ବିହନ ନିଗମ । ପାରଂପରିକ ଭାବେ ଅକ୍ଷୟ ତୃତୀୟାର ହିଁ ଆରମ୍ଭ ହୋଇଥାଏ ଖରିଫ ଧାନଚାଷର ଋତୁ । ଉକ୍ତଦିନ କୃଷକ ବିଲରେ ବିହନ ଧାନକୁ ପୂଜାକରି ତଳି ପକାଇଥାଏ । ମାତ୍ର ପାଲଝାର ଠାରେ ଥିବା ବିହନ ପ୍ରକ୍ରିୟାକରଣ ୟୁନିଟରୁ ବିହନ ଧାନ ପ୍ରସ୍ତୁତ ହୋଇପାରିନଥିବାରୁ ବଜାରରେ ବିହନ ଧାନ ଉପଲବ୍ଧ ହେଉନାହିଁ ।
ସରକାର ଚାଷୀଙ୍କୁ ରିହାତି ଦରରେ ବିହନଧାନ ଯୋଗାଇ ଦେଇଥାନ୍ତି । ଜିଲ୍ଲାର ୪୨ଟି ପ୍ରାଥମିକ କୃଷିି ସମବାୟ ସମିତିମାନଙ୍କ ବ୍ୟତୀତ ପ୍ରାୟ ୯୮ଟି ଘରୋଇ ଡିଲର ଜରିଆରେ ବୌଦ୍ଧଜିଲ୍ଲାରେ ଧାନବିହନ ବିକ୍ରୟ କରିଥାଏ । ୨୦କେଜି ବିହନ ପ୍ୟାକେଟର ମୂଲ୍ୟ ୬୨୦ ଟଙ୍କା ଥିବାବେଳେ ୪ଶହ ଟଙ୍କାରେ ଡିଲରମାନେ ଚାଷୀଙ୍କୁ ବିକ୍ରୟ କରିଥାନ୍ତି । ସବସିଡି ଟଙ୍କା ଡିଲରମାନଙ୍କୁ ସରକାର ଦେଇଥାନ୍ତି । ବୌଦ୍ଧଜିଲ୍ଲାର ସମସ୍ତ ତିନିଗୋଟି ବ୍ଲକ ଓ ସହରାଞ୍ଚଳରେ ପ୍ରାୟ ସବୁଠି ବର୍ତ୍ତମାନ ବିହନ ଧାନ ମିଳୁନଥିବାରୁ ଚାଷୀମାନେ ଅଖିମୁଠି ଅନୁକୂଳ ପାଇଁ ଚିନ୍ତାରେ ପଡିଛନ୍ତି ।

hiring


ଗତବର୍ଷ ମାନଙ୍କରେ ମଧ୍ୟ ଜିଲ୍ଲାରେ ବିହନ ଧାନର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ଗତବର୍ଷ ଚାଷୀଙ୍କ ଆବଶ୍ୟକତା ଥିବା ସାରଳା, ସ୍ୱର୍ଣ୍ଣା, ୧୦୦୧ ଭଳି ଧାନ ତଳି ପକାଇବାର ଆରମ୍ଭରୁ ହିଁ ବଜାରରେ ସରିଯାଇଥିଲା । ଏହି ମଉକାରେ ଅନେକ ଅସାଧୁ ଡିଲର ଅଧିକ ଦରରେ ଧାନବିହନ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା । ସେବା ସମବାୟ ସମିତିମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ଧାନବିହନ ମଧ୍ୟ ବିହନ ନିଗମ ଯୋଗାଇ ଦେଉନାହିଁ । ଫଳରେ ବଜାରରେ ଧାନବିହନର ଘୋର ଅଭାବ ପରିଲକ୍ଷିତ ହୁଏ । ଚଳିତବର୍ଷ ସମିତିମାନେ ଆବଶ୍ୟକ ଧାନର ଚିଠା ସମବାୟ ସହକାରୀ ନିବନ୍ଧକ ଜରିଆରେ କୃଷି ଉପନିର୍ଦ୍ଦେଶକ ଦେଇସାରିଥିଲେ ମଧ୍ୟ ବିହନ ଯୋଗାଣରେ ବିହନ ନିଗମ ବିଫଳ ହୋଇଥିବା ଚାଷୀଙ୍କୁ ହତାଶ କରିଛି ।

hiranchal ad1
Leave A Reply

Your email address will not be published.

one × 4 =