ଲକ୍‌ଡାଉନର ସଦୁପଯୋଗ : ପରିବାର ମିଶି ଖୋଳିଦେଲେ ୨୦ଫୁଟର କୂଅ

0 862

ବୈାଦ୍ଧ:ଲକ୍‌ଡାଉନରେ ଜୀବିକା ହରାଇ ଶ୍ରମଜୀବୀ ପରିବାରମାନେ ଘରେବସି ସରକାରୀ ସହାୟତାକୁ ଚାତକପରି ଅନେଇ ବସିଥିବାବେଳେ ଏ କ୍ଷେତ୍ରରେ କିଛି ଅଲଗାକରି ଦେଖାଇଛନ୍ତି ଗୋଟିଏ ପରିବାର । ପରିବାରର ସମସ୍ତ ସଦସ୍ୟ ମିଶି ନିଜ ଘରପାଖରେ ଲକ୍‌ଡାଉନ ସମୟରେ ୨୦ ଫୁଟ୍ ଗଭୀରର ଏକ କୂଅ ଖୋଳି ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର (ଚାରିଛକ) ଗ୍ରାମରେ ରହନ୍ତି ଅର୍ଜୁନ କଅଁରଙ୍କ ପରିବାର । ଚାରିଛକରେ ପାନୀୟ ଜଳର ସଙ୍କଟ ସବୁ ସମୟରେ ଦେଖିବାକୁ ମିଳିଥାଏ । ସରକାରଙ୍କ ତରଫରୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ସବୁ ସମୟରେ ପାଣି ଆସିନଥାଏ । ସରକାର ଲକଡାଉନ ଘୋଷଣା କରିବାପରେ ଅର୍ଜୁନ କହଁରଙ୍କ ମନରେ ଘରେ ବସିବା ଅପେକ୍ଷା କୂଅଟିଏ ଖୋଳି ପରିବାରର ଜଳକଷ୍ଟ ଦୂର କରିବାକୁ ଇଚ୍ଛା ହୋଇଥିଲା । ନିଜ ପତ୍ନୀ ଓ ପିଲାଙ୍କ ସହ ମିଶି ବର୍ତ୍ତମାନ ସୁଦ୍ଧା ୨୦ ଫୁଟ ଗଭୀରର କୂଅ ଖୋଳି ସାରିଲେଣି । କୂଅରୁ ପାଣି ବାହାରିଲାଣି ଓ ପରିଶ୍ରମର ଫଳ ପାଇ ଏବେ ସାରା ପରିବାର ଖୁସିରେ । ଆଉ ୪/୫ ଫୁଟ ଖୋଳି ତାହାକୁ ଇଟାରେ ବାନ୍ଧିପାରିଲେ ପରିବାରର ଜଳକଷ୍ଟ ଦୂରୀଭୁତ ହୋଇପାରିବ ବୋଲି ସେମାନେ ଆଶାପୋଷଣ କରୁଛନ୍ତି । ଇଚ୍ଛାଥିଲେ ସଫଳତା ମିଳେ । ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରିପାରିଛନ୍ତି ଅର୍ଜୁନ କହଁରଙ୍କ ପରିବାର ।

hiranchal ad1
Leave A Reply

Your email address will not be published.

11 + twelve =