ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପ୍ରୟାସରେ ଅଗ୍ନିଶ୍ରମ ବିଭାଗ ଦ୍ଵାରା ଜିଲ୍ଲା କୋର୍ଟ ବିଶୋଧୀକରଣ

0 105

କୋଭିଡ-୧୯ ବା କରୋନା ଭାଇରସ ଏକ ବିଶ୍ଵ ମହାମାରୀ ରୂପ ନେଇଥିବା ବେଳେ ସରକାରଙ୍କ ଦ୍ଵାରା ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ବେଳେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମଧ୍ୟ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ଙ୍କ ସହାୟତା ରେ ପାରଳାଖେମୁଣ୍ଡି ସ୍ଥିତ ସମସ୍ତ ଜିଲ୍ଲା କୋର୍ଟ ପରିସର କର୍ଜୟାଳୟ କୁ ବିଶୋଧନ କରଯାଇଥିଲା । ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ବିଶ୍ଵଜିତ ଦାସ ଓ ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଗତ ୨୨.୦୪.୨୦୨୦ ରେ ଉପସ୍ଥିତ ରହି ସମ୍ପୂର୍ଣ ଜିଲ୍ଲା କୋର୍ଟ ପରିସର କୁ ଓ ପ୍ରାଧିକରଣ କାର୍ଯ୍ୟାଳୟ ଓକିଲ ସଂଘ ଗୃହ ସମେତ ସମସ୍ତ ଅଫିସ କୁ ବିଶୋଧିତ କରିଥିଲେ । ଏହି କୋରୋନ ମହାମାରୀ କୁ ସମ୍ପୂର୍ଣ ମୁକ୍ତ କରିବା ପାଇଁ ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦେଶ ବଳି କୁ ମାନିବା ପାଇଁ ଗଣମାଧ୍ୟମ ମଦ୍ୟମ ରେ ଉପେଦେଶ ଦେଇଥିଲେ । ପ୍ରତ୍ୟେକ ସାପ୍ତାହିକ ଭାବେ କୋର୍ଟ ପରିସର କୁ ବିଶୋଧନ କରିବା ପାଇଁ ସେମାନକୁ କୁହାଯାଇଥିଲା।

hiranchal ad1
Leave A Reply

Your email address will not be published.

three + nine =