ଭିମସାରରେ କରୋନା ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପ୍ରବଳ ଦାବି

0 136

ସମ୍ବଲପୁର :ସମଗ୍ର ରାଜ୍ୟରେ କରୋନା ପରୀକ୍ଷଣ ଓ ଚିକିତ୍ସା ପାଇଁ ତିନୋଟି ବଡ ହସ୍ପିଟାଲ କୁ ସୁବିଧା ସମ୍ପନ୍ନ ଓ ଅଧିକୃତ କରାଯାଇଛି ଓ ସେହି ତିନୋଟି ଯାକ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ରେ ରହିଛି । ଏଣୁ ବର୍ତ୍ତମାନ ଏପରି ଜରୁରୀ ଚିକିତ୍ସା ସୁବିଧା ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଯୋଗାଇ ଦେବା ପାଇଁ ଦାବି କରାଯାଉଛି । ଏହି ସନ୍ଦର୍ଭ ରେ ପଶ୍ଚିମ ଓଡ଼ିଶାରେ ବୁର୍ଲାଠାରେ ଓ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଠାରେ ସ୍ଥାପିତ ଦୁଇଟି ଯାକ ଚିକିତ୍ସାକେନ୍ଦ୍ର କୁ ତଦାନୁସାର ବିକଶିତ କରାଯାଉ ବୋଲି ଦାବି କରାଯାଉଛି । ଏବିଷୟରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ ଓ ସା°ସ୍କୃତିକ ସଙ୍ଗଠନଗୁଡିକ ସକ୍ରିୟ ହୋଇ ପଡିଛନ୍ତି । ଏବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଦାବିପତ୍ର ପଠାଯାଉଛି । ଏପରିକି ଅନ୍ଯ ବ୍ଯକ୍ତିମାନଙ୍କ ଠାରୁ ଏବିଷୟରେ ସହଯୋଗ ଲୋଡ଼ା ଯାଉଛି । ଏଥି ଅନୁସାରେ ଭିମସାରରେ ପୂର୍ବରୁ ପ୍ରସ୍ତାବିତ ଏକ ଭାଇରୋଲୋଜି ସେଣ୍ଟର କାର୍ଯ୍ଯକାରୀ କରିବା ସହିତ ପଚାସ ହଜାର କରୋନା ଟେଷ୍ଟିଙ୍ଗ କିଟ ଯୋଗାଇବା ଓ ଏହାକୁ ଅନୁନ୍ଯ ଦଶ ହଜାର ପରୀକ୍ଷା ପାଇଁ ସାମର୍ଥ୍ୟ କରିବା ପାଇଁ କୁହାଯାଉଛି । ଅନ୍ୟ ଏକ ଘଟଣାକ୍ରମେ ଏଠାରେ ଜନସାଧାରଣଙ୍କ ସୁବିଧା ପାଇଁ ଲକଡାଉନ ନିୟମ କିଛି କୋହଳ କରାଯାଇଥିଲା, କିନ୍ତୁ କିଛି ବିଶୃଙ୍ଖଳ ଯୁବକଙ୍କ ଔଦ୍ଧତ୍ଯ ଯୋଗୁଁ ପ୍ରଶାସନ ବାଧ୍ୟ ହୋଇ କଡା ଆଭିମୁଖ୍ୟ ଆପଣାଇଛି । ବର୍ତ୍ତମାନ ପନିପରିବା ବଜାରକୁ ସୀମିତ ସମୟ ପାଇଁ ଖୋଲା ଯାଉଛି । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି ସେଠାକୁ ଦ୍ବିଚକୀୟ ବାହନ ନେଇ ଯିବା ପାଇଁ କଟକଣା ରଖାଯାଇଛି । କେବଳ ଦୂରରୁ ଆସୁଥିବା ଲୋକଙ୍କ ଛଡା ଆଖପାଖ ଲୋକ ଙ୍କ ପାଇଁ ଏହି କଟକଣା ଉଦ୍ଦିଷ୍ଟ । ଏପରି କଟକଣା ସହର ସହିତ ଗ୍ରାମ୍ଯାଞ୍ଚଳରେ ମଧ୍ୟ କାର୍ଯ୍ଯକାରୀ କରା ଯାଇଛି ଓ ଜନଗହଳି କମେଇବା ପାଇଁ ସାପ୍ତାହିକ ହାଟ ଆଦି ଉପରେ ପ୍ରତିବନ୍ଧ ଲଗାଯାଇଛି । ଏଥିପାଇଁ ଗାଁ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି । ଗ୍ରାମିଣ ଅଞ୍ଚଳରେ ଅସହାୟ ଓ ଭୋକିଲା ଲୋକଙ୍କ ପାଇଁ ରନ୍ଧାଖାଦ୍ଯ ବ୍ଯବସ୍ଥା କରିବା ପାଇଁ ବିଡ଼ିଓ ଓ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି । କରୋନା କଟକଣା କୁ କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ପାଞ୍ଚଟି ଟିମ ଗଠନ କରିଛି ଓ ସେମାନଙ୍କୁ ରୋଡ ଉପରେ ଅକାରଣେ ବୁଲୁଥିବା ସମସ୍ତ ବାହନଙ୍କ କାଗଜପତ୍ର ପରୀକ୍ଷା କରିବା ସହିତ ଆଵଶ୍ଯକସ୍ଥଳେ ଜୋରିମାନା ଆଦାୟ ପାଇଁ ଅଧିକୃତ କରାଯାଇଛି । ବିଗତ କିଛି ଦିନରେ ପୁଲିସ ପକ୍ଷରୁ କାର୍ଯ୍ଯାନୁଷ୍ଠାନ ମାମଲା ହ୍ରାସ ପାଇଥିଲା କିନ୍ତୁ ଗତକାଲି ଏହା ବଢି ଯାଇଛି । ବିଗତ ୨୪ଘଣ୍ଟା ମଧ୍ୟରେ କରୋନା ନିୟମ ଅବମାନନା ଅଭିଯୋଗ ରେ ୨୧ଜଣଙ୍କ ବିରୁଦ୍ଧରେ ୧୫ଟି ମାମଲା ରୁଜୁ କରାଯାଇଛି ଓ ସେମାନଙ୍କଠାରୁ ଗୋଟିଏ କାର, ୧୧ଟି ମୋଟର ସାଇକେଲ ଓ ୨୬ଟି ମଦପାଉଚ ଜବତ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 2 =