ଲକଡାଉନରେ ପୁଲିସକୁ ଖାଦ୍ୟ ବଣ୍ଟନ

0 138

ଭୁବନେଶ୍ୱର: ମଣିଷପଣିଆକୁ ସମ୍ମାନ ଜଣାଇ ଭିଏସ୍‌ଏସନଗରର ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଡ. ପ୍ରକାଶ ତ୍ରିପାଠୀଙ୍କ ସହାୟତାରେ ପ୍ରଚଣ୍ଡ ଖରାରରେ ନିଜର ଦାୟିତ୍ୱ ନିର୍ବାହ କରୁଥିବା କିଛି ପୁଲିସଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏହାସହ ଲକଡାଉନ ପରିସ୍ଥିତିରେ ରାସ୍ତାକଡରେ ବୁଲୁଥିବା ଷଣ୍ଢ, ଗାଈଗୋରୁ ଏବଂ କୁକୁରମାନେ ଖାଇବାକୁ ନ ପାଇଁ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଂଚଳର ପ୍ରାୟତଃ ୨ଶହରୁ ଅଧିକ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ପାଉଁରୁଟି ଏବଂ ବିସ୍କୁଟ ଆଦି ଖାଇବାକୁ ଦିଆଯାଇଥିଲା । ଏହିପରି କାର୍ଯ୍ୟକ୍ରମ ସବୁଦିନ ଚାଲୁ ରହିବ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ କହିଛନ୍ତି । ଏଥିରେ ଦୀପକ ନାଏକ, ସରୋଜ କୁମାର ରାଉତ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳବାସୀ ବେଶ୍ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

9 + 6 =