ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରାଯିବା ପ୍ରଶ୍ନ ଉଠୁନି : ମଇ ୩ ପର୍ଯ୍ୟନ୍ତ ରଥ ନିର୍ମାଣ ସମ୍ଭବ ନୁହେଁ

0 217

ଭୁବନେଶ୍ୱର: ବିଶ୍ୱ ମହାମାରୀ ରୂପେ ଉଭା ହୋଇଥିବା କୋଭିଡ-୧୯ କରୋନା ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ହେବକି ନା ଏ ନେଇ ଗତ କିଛି ଦିନ ଧରି ପ୍ରଶ୍ନ ଉଠୁଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ କମିଟିର ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କୌଣସି ପରିସ୍ଥିତି ରଥଯାତ୍ରା ବନ୍ଦ କରାଯିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ତେବେ ଦିନକ ପରେ ଅକ୍ଷୟ ତୃତୀୟ ଏବଂ ଜୁନ ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଏଭଳି ସମୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଭଙ୍ଗ କରି ଶ୍ରୀମନ୍ଦିର ବାହାରେ କୌଣସି ଜାନିଯାତ୍ରା ଯେପରିକି ଅକ୍ଷୟ ତୃତୀୟରେ ରଥକାଠ ଅନୁକୂଳ, ଚନ୍ଦନ ଜାତ ଆଦି ହେବାର ପରଂପରା ରହିଛି ତାହା ହୋଇପାରିବ ନାହିଁ । ଲକଡାଉନ ନିୟମ ମାନିଲେ ଏ ସବୁ କାର୍ଯ୍ୟ ଅସମ୍ଭବ ବୋଲି ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ କହିଛନ୍ତି । ତେଣୁ ସାମାଜିକ ଦୂରତା ରକ୍ଷା କରି ଜାନିଜାତରେ ସମବେତ ନ ହୋଇ କିଭଳି ପରଂପରା ମୁତାବକ ଯାତ୍ରା ହୋଇପାରିବ ତାହା ସନ୍ଦେହ ସୃଷ୍ଟି କରିଛି । ଏଣୁ ଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ପୁରୀ ରାଜ ଶ୍ରୀ ଦେବ କହିଛନ୍ତି । କେବଳ ବିଧି ପାଳନ କରି ଯେପରି ରାମନବମୀ ଉତ୍ସବ ନିକଟରେ ଶ୍ରୀମନ୍ଦିରରେ କରାଗଲା ବିଧିପାଳନ ବ୍ୟତୀତ ଅନ୍ୟକିଛି ବାଟ ନାହିଁ । ଅନ୍ୟ ପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଏ ସଂପର୍କରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ହିଁ ଚୂଡାନ୍ତ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଲକଡାଉନ ଯୋଗୁଁ ଏବେ ପୁରୀରେ ବିଭିନ୍ନ ଯାନିଯାତ୍ରା ହୋଇପାରିନାହିଁ । ଶ୍ରୀକ୍ଷେତ୍ର ପ୍ରସିଦ୍ଧ ସାହିଯାତକୁ ବନ୍ଦ କରିଦିଆଯାଇଛି । କେବଳ ବିଧି ରକ୍ଷା କରି ଶ୍ରୀରାମଲୀଳା ନୀତି ନିରାଡମ୍ବର ଭାବେ କରାଯାଇଛି । ତେଣୁ ଆଗକୁ ବିଧି ପରଂପରା ରଖାଯାଇ ଅନ୍ୟ ପର୍ବପର୍ବଣୀ କରାଯାଇପାରେ । କରୋନା ସ୍ଥିତି ନ ସୁଧୁରି ଏସବୁ ଯାତ୍ରା ଆୟୋଜନ କରିବାରେ ସନ୍ଦେହ ସୃଷ୍ଟି ହେଉଛି । ସାମାଜିକ ଦୂରତା ରକ୍ଷା କରି ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ସମ୍ଭବ ହେବ । ପହଣ୍ଡି ବିଜେ ବେଳେ ବହୁ ସେବକଙ୍କ ସମାଗମ, ନୀତି, ଦାୟିତ୍ୱ ଥିବାରୁ ସାମାଜିକ ଦୂରତା ରକ୍ଷା କରାଯିବା ତ ଜଣାପଡୁନାହିଁ ବୋଲି ସେବାୟତମାନଙ୍କ ମଧ୍ୟରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

9 + 7 =