ଯୁବକଙ୍କୁ କରୋନା ରୋଗୀ ଭାବି କଲେ ଏଭଳି କାଣ୍ଡ

0 98

ଥାନେ : କରୋନା ପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ବିଚିତ୍ର ଘଟଣା ସବୁ ଘଟିଚାଲିଛି । କେଉଁଠି ଗାଁରେ ଲୋକଙ୍କୁ ପୁରାଇ ଦିଆଯାଉନି, ଆଉ କେଉଁଠି ଲୋକଙ୍କୁ କରୋନା ରୋଗୀ ସନ୍ଦେହରେ ଆକ୍ରମଣ ମଧ୍ୟ କରାଯାଉଛି । ଏଭଳି ଏକ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି । ଥାନେର କଲ୍ୟାଣ ସହରରେ ରହୁଥିବା ଜଣେ ଯୁବକଙ୍କୁ କିଛି ଲୋକ କରୋନା ରୋଗୀ ସନ୍ଦେହ କରି ଆକ୍ରମଣ କରିଥିଲେ । ଫଳରେ ସେ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏକ ନାଳରେ ପଡ଼ିଯାଇଥିଲେ ଏବଂ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବେ ଲକ୍‌ଡାଉନ୍ ବଳବତ୍ତର ଥିବାରୁ ସ୍ଥାନୀୟ ଅଞ୍ଚଳର ଗଣେଶ ଗୁପ୍ତା ନାମକ ଜଣେ ଯୁବକ କେତେକ ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇଥିଲେ । ତେବେ ସେ ପୁଲିସ୍‌କୁ ଦେଖି ଭୟରେ ଅନ୍ୟ ବାଟରେ ଯିବାକୁ ଚେଷ୍ଟା କରିଥିଲେ । ଚାଲିଚାଲି ଯାଉଥିବା ବେଳେ ହଠାତ୍ ତାଙ୍କର ବାରମ୍ବାର କାଶ ହୋଇଥିଲା । ସେହି ସ୍ଥାନରେ ଥିବା କିଛି ଲୋକ ଏଭଳି କାଶ ହେଉଥିବା ଦେଖି ଗଣେଶଙ୍କୁ କରୋନା ରୋଗୀ ବୋଲି ଭାବିଥିଲେ । ସେମାନେ ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଏଥିରୁ ବର୍ତ୍ତିବା ପାଇଁ ସେ ଏକ ନାଳ ଭିତରକୁ ଡେଇଁ ପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

hiranchal ad1
Leave A Reply

Your email address will not be published.

eleven − four =