ବିଶ୍ୱରେ ୧.୯୧ ଲକ୍ଷ ଲୋକଙ୍କ ଜୀବନ ଗଲାଣି

0 81

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଏବେବି ତା\’ର ରାଜୁତି ଜାରି ରଖିଛି । ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ ବହୁସଂଖ୍ୟାରେ ସଂକ୍ରମିତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ରୋଗରେ ଏକ ଲକ୍ଷ ୯୧ ହଜାର ୫୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଲକ୍ଷ ୮ ହଜାର ୮୮୫ ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ଆମେରିକାରେ ମୃତ୍ୟୁସଂଖ୍ୟା ଏବେ ୫୦ ହଜାର ଟପିଗଲାଣି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ନୂଆ ୩,୧୭୬ ରୋଗୀ ସହ ୮ଲକ୍ଷ ୮୬ ହଜାର ୭୦୯ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୫୦ ହଜାର ୨୮୩ ବୋଲି ଜଣାପଡ଼ିଛି । ସେହିପରି, ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୭୭ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି । ଭାରତରେ ୪,୭୪୮ଜଣ ସୁସ୍ଥ ହୋଇ ଫେରିଛନ୍ତି । ସ୍ପେନ୍‌ରେ ୨୨ ହଜାର ୧୫୭, ଇଟାଲୀରେ ୨୫ ହଜାର ୫୪୯, ଫ୍ରାନ୍ସରେ ୨୧ ହଜାର ୮୫୬ ଓ ଜର୍ମାନୀରେ ୫ ହଜାର ୫୭୫ଜଣଙ୍କର ମୃତ୍ୟୁ ଘଟିଲାଣି । ସେହିପରି, ବ୍ରିଟେନରେ ୧୮ ହଜାର ୭୩୮ଜଣ ପ୍ରାଣ ହରାଇଥିବା ବେଳେ ତୁର୍କୀରେ ୨ ହଜାର ୪୯୧ ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମଣକୁ ରୋକିବା ପାଇଁ ବ୍ରିଟେନରେ ଟୀକା ପ୍ରସ୍ତୁତି ଓ ଏହାର ପରୀକ୍ଷଣ କାର୍ଯ୍ୟ ଆଗେଇ ଚାଲିଛି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ଭ୍ୟାକ୍ସିନ୍ ବା ଟୀକା ଗୁରୁବାର ସବୁଠାରୁ ବଡ଼ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷାକୁ ବ୍ୟାପକ କରାଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଟୀକା ପରୀକ୍ଷା ୮୦ ପ୍ରତିଶତ ସଫଳ ହୋଇଛି । ଏହି ଟୀକାକୁ ପ୍ରସ୍ତୁତ କରିବାରେ ଏକ ନିର୍ଦ୍ଦିଷ୍ଟ ଟେକନିକ୍ ବ୍ୟବହାର କରାଯାଉଛି । ବ୍ରିଟେନର ୧୬୫ଟି ହସ୍ପିଟାଲରେ ପାଖାପାଖି ୫୦୦୦ ରୋଗୀଙ୍କ ସହ ଏକ ମାସ ପର୍ଯ୍ୟନ୍ତ ଏବଂ ଏହିଭଳି ଭାବେ ୟୁରୋପ ଓ ଆମେରିକାରେ ଶତାଧିକ ଲୋକଙ୍କ ୁପରେ ଏହି ଟୀକାର ପରୀକ୍ଷାନିରୀକ୍ଷା ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 − four =