ପ୍ରତୀକ୍ଷାର ଅନ୍ତ ଘଟିଲା ନୂତନ କୋଠାରେ ଆରମ୍ଭହେଲା ଆଦର୍ଶ ବିଦ୍ୟାଳୟ ପାଠପଢା

0 143

ଘୁ.ଉଦୟଗିରି,୩୧/୩: ବହୁ ବିଳମ୍ବରେ ଘୁ.ଉଦୟଗିରି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଥିବାବେଳେ ନିଜସ୍ୱ କୋଠା ଅଭାବରୁ ଅନ୍ୟତ୍ର ପିଲାଙ୍କୁ ପାଠ ପଢ଼ାଯାଉଥିଲା । ଗତବର୍ଷ ଷଷ୍ଠ ଏବଂ ସପ୍ତମ ଦୁଇଟି ଶ୍ରେଣୀ ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ନାମାଙ୍କନ ହେବାପରେ କରୋନା ଯୋଗୁଁ ପାଠପଢ଼ା କିଛିଦିନ ବ୍ୟାଘାତ ଘଟିଥିଲା । ସ୍ଥାନୀୟ ହବାକ ହାଇସ୍କୁଲ ହଷ୍ଟେଲରେ ଅସ୍ଥାୟୀ ଭାବେ ଦୁଇଟି ଶ୍ରେଣୀର ପିଲାଙ୍କ ପାଠପଢା ହେଉଥିବାବେଳେ ଆଜିଠାରୁ ସହରର ଶ୍ରୀରାମପଦା ନିକଟ ଷ୍ଟାଡିୟମ ପାର୍ଶ୍ୱରେ ୭ ଏକର ଜମିରେ ରାଜ୍ୟ ସରକାର ୩ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟରେ ଦୁଇ ମହଲା ବିଶିଷ୍ଟ ଆଦର୍ଶ ବିଦ୍ୟାଳୟ କୋଠା ନିର୍ମାଣ କରିଛନ୍ତି । ମୋଟ ୨୩୨୩ ବର୍ଗମିଟର ଜମିରେ ୧୮ କୋଠରୀ ସହ ସମସ୍ତ ସୁବିଧା ସଯୋଗ ଥାଇ ବିଜ୍ଞାନଗାର, ଲାଇବ୍ରେରୀ ଭଳି ସମସ୍ତ କୋଠରୀ ନିର୍ମାଣ କରାଯାଇ ପିଲାଙ୍କ ପାଠପଢା ଆରମ୍ଭ କରାଯାଇଛି । ଆଜି ଦୁଇଟି ଶ୍ରେଣୀର ସମସ୍ତ ୧୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ବିଦ୍ୟାଳୟ କୋଠାରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ୱାଗତ କରିବା ସହ ଉପହାର ପ୍ରଦାନ କରିଥିଲେ । ନୂତନ କୋଠାକୁ ଛାତ୍ରଛାତ୍ରୀମାନେ ଆସି ବେଶ ଖୁସିଥିବା ଦେଖୁବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

nine + twenty =