ସ୍ୱତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

0 58

ସୁବର୍ଣ୍ଣପୁର,୩୧/୩- ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଶିଶୁକେନ୍ଦ୍ରିକ ଯତ୍ନ ଓ ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଲୋକଙ୍କୁ ଜନମଙ୍ଗଳ ସେବା ଯୋଗାଇ ଦେବା ନିମନ୍ତେ ଆନ୍ତରିକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ । ଶିଶୁ ସୁଲଭ ଥାନା ପ୍ରତିଷ୍ଠା ତଥା ଶିଶୁ ମାନଙ୍କ ଆଇନକୁ କଡାକଡି ଲାଗୁ କରିବାକୁ କହିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ । ଶ୍ରୀ ଦାସ ପିପିଟି ମାଧ୍ୟମରେ କିଶୋର ଆଇନ ଓ ଶିଶୁ ଯୌନ ନିର୍ଯ୍ୟାତନା ଆଇନରେ ପୋଲିସର ଦାୟିତ୍ୱ ଭୂମିକା ଉପରେ ଉପସ୍ଥାପନା କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ପସ୍କୋ ଆଇନଜୀବୀ ଦଶରଥ ମାହାନା ପସ୍କୋ ଆଇନର ସଂଶୋଧନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । କାରାଗାର ବିଶେଷଜ୍ଞ ପରିଦର୍ଶନ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ଶିଶୁମାନଙ୍କ ପ୍ରତି ବିଶେଷ ଦୃଷ୍ଟିଦେବାକୁ କହିଥିଲେ । ଶିଶୁ ମଙ୍ଗଳ କମିଟିର ସଭ୍ୟ ମଧୁସୂଦନ ପଧାନ ଶିଶୁ ଯୌନ ନିର୍ଯ୍ୟାତନାରେ ଶିଶୁ ତଥ୍ୟକୁ ତର୍ଜମା କରାଯାଇ ପଦକ୍ଷେପ ନେବାକୁ ବୁଝାଇଥିଲେ । ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପଧାନ ବାଲ୍ୟବିବାହ ଆଇନର ବିଭିନ୍ନ ଦିଗ ବିଷୟରେ ଉପସ୍ଥାପନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରମଣି ହାସଦା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ଡିଏସପି ଏଚଆରପିସି -କେ ,ଜୀଶା ତଥା ତରଭା ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ସୋନପୁର ଥାନା ଅଧିକାରୀ ନିରଞ୍ଜନ ଦାଶ ,ରାମପୁର ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ବୀରମହାରଜପୁର ପୋଲିସ ଅଧିକାରୀ ଅଞ୍ଜଳି କୁମ୍ଭାର ,ଅନିତା କେଡୋ ,ବିଏସ ଯାଦବ ଯୋଗଦାନ କରିଥିଲେ । ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ପ୍ରମୁଖ , ଚାଇଲଡ ଲାଇନ,ସଖୀ କାର୍ଯ୍ୟକର୍ତା ମଧ୍ୟ ଉପସ୍ଥିତ ଥିଲେ । ଆଇନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ -କେଶବ ଚନ୍ଦ୍ର ମେହେର ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟାଳୟର ସ୍ୱାଗତ ରାଜ ମିଶ୍ର, ଥବିର କାଳସାଏ, ବିଶେଶ୍ୱର ହୋତା, ସରିତା ସୁନା, ଚଉବନ ସେଠି, ରୁଦ୍ର ମିଶ୍ର, ପ୍ରଶାନ୍ତ ମହାକୁଡ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seven − five =