ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

0 72

ଫୁଲବାଣୀ,୩୧/୩- ସ୍ଥାନୀୟ ଫୁଲବାଣୀ ଡିଏଲଏସ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସ୍ଥାୟୀ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ ଯୋଗଦେଇ ସାଧାରଣ ସେବାକ୍ଷେତ୍ରରେ ଦେଖାଯାଉଥିବା ତୃଟିବିଚ୍ୟୁତିର ସମାଧାନ ନିମନ୍ତେ ହିତାଧିକାରୀ କିପରି ଆଇନଗତ ସୁବିଧା ନେଇ ପାରିବେ ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ଥାୟୀ ଅଦାଲତର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ସ୍ରୋତାଙ୍କ ତରଫରୁ ଉତଥାପିତ ପ୍ରଶ୍ନର ଉତ୍ତର ରଖାଯାଇଥିଲା । ସ୍ଥାୟୀ ଅଦାଲତର ଅନେକ ସଫଳତାର କାହାଣୀ ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ । ଆଇନସେବା ପ୍ରାଧିକରଣ ସଚିବ ରମାଦେବୀ ସୋରେନ୍‌ ସ୍ୱାଗତ ଭାଷଣ ଦେବାସହ ସ୍ଥାୟୀ ଅଦାଲତର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ସର୍ବେଶ୍ୱର ମିଶ୍ର, ରାଜକିଶୋର ବେହେରା, ଲକ୍ଷ୍ମୀ ନାରାୟଣ ଦୋରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

six + 2 =