ସାବିତ୍ରୀ ଜେନାକୁ କେବେ ମିଳିବ ପକ୍କା ଘର

0 88

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ସକାଶେ ବିଭିନ୍ନ ଯୋଜନା ମାନ କରିଛନ୍ତି କିନ୍ତୁ ଗରିବ ଲୋକ ପାଇବା ବଦଳରେ ଧନୀଶ୍ରେଣୀ ଲୋକେ ହାତେଇ ନେଉଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା । ଯାହା ଫଳରେ ପ୍ରକୃତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାର ଗରିବଙ୍କ ସକାଶେ ମୁଣ୍ଡ ଗୁଞ୍ଜିବା ପାଇଁ ବିଜୁ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇନ୍ଦିରା ଆବାସ ଭଳି ବିଭିନ୍ନ ଯୋଜନାମାନ କରିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀଟିଏ ପକ୍କାଘରଟିଏ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେ ମଧ୍ୟ କେହି ଶୁଣନ୍ତି ନାହିଁ । ଯାହା ଫଳରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆ ଭିତରେ ଅସହାୟ ଲୋକଟି ନିଜର ଜୀବନ ବିତାଇ ଥାଏ । ଏହିଭଳି ଏକ ନିଚ୍ଛକ ଛବି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମ ସାବିତ୍ରୀ ଜେନା । ସେ ହେଉଛନ୍ତି ଗରିବ ବିଧବା ଅସହାୟ ମହିଳା ଦୀର୍ଘଦିନ ହେଲା ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଆରମ୍ଭକରି ପଞ୍ଚାୟତ ଠାରୁ ବ୍ଳକ ଓ ପ୍ରଶାସନ ପର୍ଯ୍ୟନ୍ତ କେହିକର୍ଣ୍ଣପାତ କରୁ ନଥିବାର ଅଭିଯୋଗ ହେଉଛି ସେ ଜଣେ ବିପିଏଲ ହିତାଧିକାରୀ ମଧ୍ୟ ଘର ଖଣ୍ଡିକ ସକାଶେ ବାର ଦୁଆର ଶୁଣ୍ଢିପିଣ୍ଡ । ହେବାକୁ ପଡୁଛି । ତେଣୁ ତୁରନ୍ତ ପକ୍କାଘର ଯୋଗାଇବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =