ପିଡବ୍ଲୁଡି ଆଇ ବି ଠାରେ ବିଜେଡିର ବୈଠକ

0 131

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଚଡଊ ଆଇ.ବି ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ୱାସ୍ଥ୍ୟକାର୍ଡ ଉନ୍ମୋଚନ ଓ ବଣ୍ଟନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଗଜପତି ଜିଲ୍ଲାରେ ଦୁଇଟି ବିଧାନସଭା ଆସନରେ ବିଜେଡି କିପରି ତୃଣମୂଳ ସ୍ତରରୁ ସୁଦୃଢ଼ ହୋଇପାରିବ ତା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।ଏହି ବୈଠକରେ ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ,ବସନ୍ତ ଦାସ ଅନ୍ତର୍ଯ୍ୟାମୀ ଗୋମଙ୍ଗଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × five =