ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷାକଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

0 58

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଚାନକ ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷା କରିଛନ୍ତି । ସୂଚନା ଯୋଗ୍ୟ ୫ ଟି ମାଧ୍ୟମରେ ଗୁମ୍ମା ସରକାରୀ ବିଦ୍ୟାଳୟର ସ୍ମାର୍ଟକ୍ଳାସ ଭାବେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ଏହାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡ଼ଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବିଡ଼ିଓ ନଟବର ଗରଡ଼, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ ଏମ୍‌ ସଭାପତି ମିହିର ଲାଲ ପାଣି ଓ ଲାଇନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଓ ରୂପ ରେଖ ପରିବର୍ତ୍ତନରେ ଆଗାମୀ ଦିନରେ ଏଠାକାର ଛାତ୍ର ଛାତ୍ରୀ ଆଉ ସହର ମୁହାଁ ହେବେନି ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ । ପରେ ସମସ୍ତ ବିଭାଗ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =