କୃଷି ସିଞ୍ଚନ ଯୋଜନା ପିଏମକେଏସୱାଇ ମାଧ୍ୟମରେ ଅଣୁ ଜଳସେଚନ ପାଇଁ ପଦକ୍ଷେପ

0 87

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଣୁ ଜଳସେଚନ ସକାଶେ ବିଶେଷ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୭ ଟି ବ୍ଳକ ୨୦୨୧ ମସିହା ସକାଶେ ୧୫ ଶହ ୯୦ ହେକ୍ଟର ଅଣୁ ଜଳସେଚନ ପଦକ୍ଷେପ ନିଆଯାଇଛି । ଅଣୁ ଜଳସେଚନ କହିଲେ ବୁନ୍ଦା ଜଳ ସେଚନ ଓ ସିଞ୍ଚନ ଜଳସେଚନକୁ ବୁଝାଇଥାଏ । ଏହା ଗୋଟିଏ ଉନ୍ନତ ଜ୍ଞାନ କୌଶଳ ଅଟେ । ଉଦ୍ୟାନ ଫସଲରେ କୃଷି ସିଞ୍ଚନ ଉନ୍ନତ ପ୍ରଣାଳୀ ଏହା ଦ୍ୱାରା କୃଷିର ଯଦିଓ ପ୍ରାରମ୍ଭିକ ଖର୍ଚ୍ଚ ଅଧିକ ହୁଏ ପାଣିର ସୁପରିଚାଳନା ଯୋଗୁଁ ଫସଲ ଭଲ ଅମଳ ହୋଇଥାଏ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତଭାବେ ସହଯୋଗ ରହିଛି । ବଡ଼ ଚାଷୀ ସକାଶେ ଶତକଡ଼ା ୬୦ ପ୍ରତିଶତ ରିହାତି,ଛୋଟ ଓ ନାମମାତ୍ର ଚାଷୀ ସକାଶେ ଶତକଡ଼ା ୭୦ ପ୍ରତିଶତ ରିହାତି ଓ ଆଦିବାସୀ ହରିଜନ ସକାଶେ ଶତକଡା ୮୦ ପ୍ରତିଶତ ରିହାତି ରହିଛି ଏହା ଦ୍ୱାରା ବୁନ୍ଦା ଜଳ ସେଚନ ସହିତ ପଲିଥିନ ଆଚ୍ଛାଦନ କରିବା ଦ୍ୱାରା ଘାସ ଓ ରୋଗ ପୋକ ନିୟନ୍ତ୍ରଣ ହୋଇଥାଏ । କେନ୍ଦ୍ର ସରକାରଙ୍କର ୫୦% ଜାତୀୟ ଉଦ୍ୟାନ ମିଶନ ଯୋଜନା ରହିଛି । ନିକଟରେ ଅଣୁ ଜଳ ସେଚନ ଉପରେ ଏକ କର୍ମଶାଳା ହୋଇଥିଲା ସେଥିରେ ଅନୁମୋଦିତ କମ୍ପାନୀ ସଂସ୍ଥା ଓ ଜିଲ୍ଲା ସ୍ତରୀୟ, ବ୍ଳକ ସ୍ତରୀୟ ବିଭାଗୀୟ କର୍ମଚାରୀ ଓ ଆଗୁଆ ଚାଷୀ ଉପସ୍ଥିତ ଥିଲେ । ଏହି ବିଷୟରେ ଚାଷୀଙ୍କୁ ସଚେତନତା କରାଯାଇଥିଲା । ଯାହା ଫଳରେ ଆଗାମୀ ଦିନରେ ଚାଷୀ ଉପକୃତ ହୋଇପାରିବେ ବୋଲି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କେ ସୁଦର୍ଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 8 =