ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଲେ ସରକାର

0 91

ଦଶପଲ୍ଲା,୨୩/୯: ମନ୍ଦିରରେ ଲାଗିବ ବାଲ୍ୟବିବାହ ସଚେତନତା ବୋର୍ଡ । ମନ୍ଦିର କର୍ମକର୍ତ୍ତା ଓ ପୁରୋହିତଙ୍କୁ ଦିଆଯିବ ଦାୟିତ୍ୱ । ବୋର୍ଡରେ ରହିବ ବାଲ୍ୟବିବାହ କାହାକୁ କୁହାଯାଏ, କେଉଁ ବୟସରେ ବିବାହ କରିବା ଉଚିତ ଓ ବାଲ୍ୟ ବିବାହ କରିବା ଅପରାଧ । ଲୋକଙ୍କୁ ସଚେତନ କରିବା ଲାଗି ମନ୍ଦିରରେ ଏଭଳି ବୋର୍ଡ ଲଗାଯିବ । ହିନ୍ଦୁ ପ୍ରଥା ଅନୁସାରେ ଯଦି ମନ୍ଦିରରେ ପୁଅ ଝିଅ ଫୁଲମାଳ ଅଦଳବଦଳ କରି ଦିଅନ୍ତି ତେବେ ଉକ୍ତ ବିବାହକୁ ସମାଜ ଗ୍ରହଣ କରିବାକୁ ବାଧ୍ୟ । ଫଳରେ ଅନେକ ସ୍ଥାନରେ କମ୍‌ ବୟସର ପୁଅ ଝିଅମାନେ ଘରୁ ଲୁଚି ପଳାଇବା ପରେ ମନ୍ଦିରରେ ବିବାହ କରିଦିଅନ୍ତି । ବାଧ୍ୟ ହୋଇ ଘର ଲୋକ ଏହି ବିବାହକୁ ମାନିବାକୁ ବାଧ୍ୟ ହୁଅନ୍ତି । ବାଲ୍ୟ ବିବାହକୁ ଶେଷ କରିବା ପାଇଁ ୨୪ ଅକ୍ଟୋବର ୨୦୧୯ରେ ରାଜ୍ୟରେ ନୂଆ ରଣନୀତି (୨୦୧୯-୨୪) ଆରମ୍ଭ କରାଯାଇଛି । ସହଭାଗୀ ବିଭାଗ ଓ ଜିଲ୍ଲାମାନଙ୍କର ସହଯୋଗରେ ଅନେକ ଅଭିନବ ପ୍ରୟାସ ମଧ୍ୟ କରାଯାଇଛି । ଯେଉଁଥିରେ ବାଲ୍ୟ ବିବାହ ପାଇଁ ସୁଯୋଗ ସୃଷ୍ଟି କରୁଥିବା ସମସ୍ତ ରାସ୍ତା ବନ୍ଦ କରାଯିବ । ଏହି ପ୍ଲାନରେ ମନ୍ଦିରକୁ ସାମିଲ୍‌ କରାଯାଇଛି । ଓଡିଶାର ପ୍ରତିଟି ମନ୍ଦିରରେ ବାଲ୍ୟବିବାହର କୁପରିମାଣ ଓ ଏହାକୁ ବନ୍ଦ କରାଯିବା ନେଇ ବୋର୍ଡ ମରାଯିବ । ମନ୍ଦିରର ଅଧିକାରୀ ଓ ପୁରୋହିତମାନେ ବିବାହ କାର୍ୟ୍ୟ ପାଇଁ ମନ୍ଦିରକୁ ଅନୁମତି ଦେବା ଆଗରୁ ସେମାନଙ୍କ ବୟସ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯିବ । ଭବିଷ୍ୟତରେ ଯେଉଁଭଳି ଭାବେ ବାଲ୍ୟ ବିବାହ ମନ୍ଦିରରେ ନହୁଏ, ସେଥିପାଇଁ ଦାୟିତ୍ୱ ନିଆଯିବ । ମହିଳା ଏବଂ ଶିଶୁ ବିକାଶ ବିଭାଗ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କୁ ମନ୍ଦିରରେ ବାଲ୍ୟବିବାହ ରୋକିବା ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ତା’ସହିତ ବାଲ୍ୟବିବାହ ବୋର୍ଡ କିପରି ମନ୍ଦିରରେ ଲାଗିବ ସେ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କହିଛନ୍ତି । ଆଗରୁ ଅନେକ ଜିଲ୍ଲାପାଳ ମନ୍ଦିରରେ ବାଲ୍ୟବିବାହ କିପରି ନ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପମାନ ନେଇଥିବା ନଜରକୁ ଆସିଛି ।

hiranchal ad1
Leave A Reply

Your email address will not be published.

18 + twenty =