ଗଜପତି ବ୍ଲଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର

0 158

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ଗଜପତି ବ୍ଲଡ଼ ଡୋନର ଓ ଏଚ୍‌ଏଡ୍‌ଏଫ୍‌ସିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ଗଜପତି ବ୍ଲଡ଼ ଡୋନରର ସଭାପତି ଜୀ. ନବୀନ କୁମାର, ଉପ ସଭାପତି ଏସ. ଋଷି, ସମ୍ପାଦକ ୱାଇ. ଚନ୍ଦ୍ର ଶେଖରଙ୍କ ସମେତ କେ. ଶରତ କୁମାର, ଅମ୍ବିକା ମହାପାତ୍ର, ମୋହିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ । ବ୍ଲଡ଼ ବ୍ୟାଙ୍କର ଲ୍ୟାବ ଟେକ୍ନିସିଆନ ଖଗେଶ୍ୱର ବେହେରା ଓ ମେନେଜମେଣ୍ଟ ଆସିଷ୍ଟାଣ୍ଡ ପିଙ୍କି ପାଢ଼ୀଙ୍କୁ ଗଜପତି ବ୍ଲଡ଼ ଡୋନର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟ ଅତିଥି ଜୀ. ତିରୁପତି ରାଓଙ୍କ ଦ୍ୱାରା ରକ୍ତ ପ୍ରଦାନ କାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

one + 20 =