ରାମକୃଷ୍ଣ ବାଳାଶ୍ରମରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0 47

ବୌଦ୍ଧ : ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମଠାରେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବ ପ୍ରଥମରେ ସମସ୍ତ ଅତିଥି ଗଣ ଗାନ୍ଧୀଜିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲା ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତୀ ଅବସରରେ ଶିଶୁଯତ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ତଥା ଶିଶୁ ମାନେ ବିଭିନ୍ନ ଅନୁଷ୍ଠାନ ଯଥା ଶିଳ୍ପ ତାଲିମ କେନ୍ଦ୍ର ,ପୁଲିସ ଥାନା, ବ୍ୟାଙ୍କ ଓ ଡାକଘର ପରିଦର୍ଶନ କାର୍ଯ୍ୟକ୍ରମ ବିଷୟରେ ଜାଣି ଖୁସି ହୋଇଥିଲେ । ଏହି ଅବସରରେ ସେ ଶିଶୁ ମାନଙ୍କୁ ସମସ୍ତ ପ୍ରତିଯୋଗୀତାରେ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଶିଶୁ ମାନଙ୍କର ପ୍ରତିନିଧି କୁମାରୀ ପ୍ରଭାସିନୀ ଖେତି ସଭାରେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବଦା ସତ୍ୟ କହିବା, ସମୟର ସଦୁପଯୋଗ କରିବା ଓ ନିଷ୍ଠାର ସହ କଠିନ ପରିଶ୍ରମ କଲେ ଜଣେ ଜୀବନରେ ଭଲ ମଣିଷ ହୋଇପାରିବ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଆଶ୍ରମର ସଭାପତି ସୁରେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜିଙ୍କ ଜୀବନୀ ଓ ନୀତି ଆଦର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରିତିକାନ୍ତି ବଳିଆରସିଂହ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀ ଅନୁଷ୍ଠାନିକ ସେବା ରାଜେନ୍ଦ୍ର କୁମାର ମଲ୍ଲିକ ସ୍ୱାଗତ ଭାଷଣ ତଥା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ନବୀନ ଚନ୍ଦ୍ର ବଘାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିଶୁ ଓ ପରିଚାଳନା କମିଟିର ସଦସ୍ୟ ଯୋଗ ଦେଇଥିଲେ । ଅନୁଷ୍ଠାନ ର ପରାମର୍ଶ ଦାତା ପ୍ରବୀଣ କୁମାର ହୋତା, ହିସାବ ରକ୍ଷକ ଅନନ୍ତ କୃଷ୍ଣ ବାଗ, ସିଡବ୍ଲୁଓ ନୀଳାଚଳ ପ୍ରଧାନ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =