ଗ୍ୟାସ ଟାଙ୍କି ଫାଟି ୩ ଦୋକାନ ଭସ୍ମିଭୂତ,ଅଳ୍ପକେ ବର୍ତ୍ତିଲେ ଦୋକାନୀ

0 91

ପୁରୀ : ଗୋପ ବଜାରରେ ଗ୍ୟାସ ଟାଙ୍କି ଫାଟି ଯାଇ ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୩ ଟି ଦୋକାନ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୋକାନୀ । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଗୋପ ବ୍ଳକର ଗୋପ ବଜାରରେ ଜଳଖିଆ ଦୋକାନରେ ଗ୍ୟାସ ଲିକେଜ ଯୋଗୁଁ ଟାଙ୍କିରେ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲାଯେ ପାଖାପାଖି ୩ଟି ଦୋକାନ ଜଳିଯାଇଥିଲା । ଖବର ପାଇଁ ଗୋପ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ତିନୋଟି ଦୋକାନ ପୋଡି ନଷ୍ଟ ହୋଇଯାଇଥିଲା । ଘଟଣା ସମ୍ପର୍କରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − five =