ବଜ୍ରାଘାତରେ ଦୁଇଗୋରୁ ମୃତ, ସରକାରୀ ସହାୟତା ପାଇଁ ଚାଷୀଙ୍କ ଦାବି

0 386

ହରଭଙ୍ଗା,୩/୬- ଗ୍ରୀଷ୍ମ ପ୍ରଭାବ ଗୋଟିଏ ପଟେ ବ୍ୟତିବ୍ୟସ୍ତ କରୁଥିବାବେଳେ ହଠାତ ବଜ୍ରାଘାତରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଶନିବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ କିରାମାସ୍କା ଗ୍ରାମର ଚାଷୀ ଧନେଶ୍ୱର ଦେହୁରୀଙ୍କ ଗାଈ ଓ ବଳଦ ଗ୍ରୀଷ୍ମ ପ୍ରଭାବରୁ ଏକ ଗଛତଳେ ବିଶ୍ରାମ ନେଉଥିବା ବେଳେ ହଠାତ ବଜ୍ରପାତହେବାରୁ ଦେହୁରୀଙ୍କ ଗୋଟିଏ ଗାଈ ଓ ଗୋଟିଏ ବଳଦ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ନେଇ ଚାଷୀ ଧନେଶ୍ୱର ଭାଙ୍ଗି ପଡିଛନ୍ତି ଏବଂ ଗାଈ ବଳଦର କ୍ଷତି ପୂରଣ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + one =