କରକମଳ ଏକ୍ସପ୍ରେସ ଆହତଙ୍କୁ ରକ୍ତଦେଲେ ବୌଦ୍ଧ ସ୍ୱେଚ୍ଛାସେବୀ

0 270

ହରଭଙ୍ଗା,୩/୬- ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଲୋମହାର୍ଷଣକାରୀ କରକମଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ଓ ଯାତ୍ରୀମାନଙ୍କ ମୃତ୍ୟୁ ସାରାଦେଶରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆହତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବହୁତ ଅନୁଷ୍ଠାନ ଦୁର୍ଘଟଣା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ସବୁଠୁ ବଡ଼କଥା ଏହା ଯେ ଆହତ ମାନଙ୍କ ଚିକିତ୍ସା ପାଇଁ ରକ୍ତର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ ଆଜି ବୌଦ୍ଧ ଜିଲ୍ଲାରୁ ମଧ୍ୟ ବହୁ ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରିବା ନିମନ୍ତେ କଟକ ମେଡିକାଲ ଅଭିମୁଖେ ଯାଇଛନ୍ତି । ରକ୍ତଦାତା ସୁରେଶ ଦେହୁରୀଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକର ସ୍ୱେଛାସେବୀ ରଞ୍ଜନ ଦଳେଇ, ତନ୍ମୟ ବାନାର୍ଜୀ, ଶେଖ ମୁନା, ବବୁଲ ବେହେରା, ଟିକିନା ପ୍ରଧାନ, ଗଜେନ୍ଦ୍ର ଦାସ, ଗୌତମ ପ୍ରଧାନ ଓ ପ୍ରଶାନ୍ତ ଦେହୁରୀ ପ୍ରମୁଖ କଟକ ବଡ଼ ମେଡିକାଲ ଯାଇ ରକ୍ତଦାନ କରିଛନ୍ତି । ଏମାନଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

3 × three =