ମହାନଦୀ ବନ୍ୟପ୍ରାଣୀ ଅଧିକାରୀଙ୍କ କଡା ନିୟମକୁ ଗ୍ରାମବାସୀଙ୍କ ବିରୋଧ : ଶାନ୍ତିପୂର୍ଣ୍ଣ ବୈଠକରେ ସମାଧାନ

0 139

ହରଭଙ୍ଗା,୨୯/୪:- ସରକାର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାସହ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରାଥମିକତା ଦେଇ ଆସୁଥିବାବେଳେ ବନ୍ୟପ୍ରାଣୀ ପାଇଁ ଅଧିକ ସଚେତନ ରହିଛନ୍ତି । ଏପରିକି ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ବେଳେ ବିଭାଗ ମଧ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସର୍ବଦା ତତ୍ପର ରହୁଥିବା ଜଣାପଡିଛି । କିନ୍ତୁ ପୂର୍ବରୁ ବାପ ଅଜା ଅମଳରୁ ଅଭୟାରଣ୍ୟ ମଧ୍ୟରେ ଶହଶହ ବର୍ଷ ହେଲା ଅନେକ ଜନବସତି ରହିଥିବାବେଳେ ତାଙ୍କୁ ସରକାର ଅନ୍ୟତ୍ର ବିସ୍ଥାପିତ କଲେ ମଧ୍ୟ ନିଜ ଭିଟାମାଟି ଛାଡି ଯିବାକୁ ଅମଙ୍ଗ ମନେ କରୁଛନ୍ତି । ଫଳରେ ସରକାର ମଧ୍ୟ ମହାନଦୀ ଅଭୟାରଣ୍ୟବାସୀଙ୍କ ବିସ୍ଥାପିତ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ସେନେଇ ମହାନଦୀ ବନ୍ୟପ୍ରାଣୀ ବିଭାଗ ଓ ଅଭୟାରଣ୍ୟବାସୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟ କରିଆସୁଛନ୍ତି । କିଛିଦିନ ତଳେ ବୌଦ୍ଧ ଜିଲ୍ଲା କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳ ବା ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ବାସ କରୁଥିବା ଅତଲସରା ଗ୍ରାମବାସୀ ଓ ସ୍ଥାନୀୟ କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ଉଭୟଙ୍କ ମଧ୍ୟରେ ଅଭୟାରଣ୍ୟବାସୀ ଅଭୟାରଣ୍ୟ ମଧ୍ୟରେ ଯାତାୟତକୁ ନେଇ ଉଭୟ ମୁହାଁମୁହିଁ ହେବା କଥା ପଦାକୁ ଆସିଛି । ସୂଚନା ଥାଉକି ଦୁଇଦିନ ତଳେ ମହାନଦୀ ଅଭୟାରଣ୍ୟ ମଧ୍ୟରେ ବସତି ସ୍ଥାପନ କରୁଥିବା ଅତଲସରା ଗ୍ରାମରେ ଗୌଡ଼ ସମ୍ପ୍ରଦାୟର ଲୋକେ ଅଭୟାରଣ୍ୟ ଦେଇ ଅନ୍ୟ ଏକ ଗ୍ରାମକୁ ଏକ ଜାତିଆଣ କାର୍ଯ ରେ ଯୋଗଦେବା ପାଇଁ ବାହାରିଥିଲେ । କିନ୍ତୁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ତନଖି ଫାଟକକୁ ନଖୋଲିବା ସହ ଉକ୍ତ ଅଭ୍ୟୟାରଣ୍ୟ ବାସୀଙ୍କୁ ଯିବାକୁ ଛାଡି ନଥିଲେ । ଏଥିରେ ଗ୍ରାମବାସୀ ଯେତେ ନେହୁରା ହେଲେ ମଧ୍ୟ ବିଭାଗ ଛାଡିନଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ବିଭାଗ କାର୍ଯ୍ୟ ପ୍ରତି ଅସନ୍ତୋଷ ପ୍ରକାଶ ପାଇଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆମେ ଜଙ୍ଗଲ ମଧ୍ୟରେ ଶହଶହ ବର୍ଷ ହେଲା ରହିଆସୁଛୁ ଏବଂ ଆମେ ଯଦି କୌଣସି କାର୍ଯ୍ୟରେ ଅନ୍ୟ ଏକ ଗ୍ରାମକୁ ବିଭିନ୍ନ ସୁବିଧା ଅସୁବିଧାରେ ଯାତାୟତ କରିପାରିବୁ ନାହିଁ କି ବନ୍ୟ ପ୍ରାଣୀ ବିଭାଗ ଅନୁମତି ଦେବ ନାହିଁ ଆମେ ଚଳିବୁ କିପରି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ବିଭାଗର କୌଣସି ଅଧିକାରୀଙ୍କୁ ମଧ୍ୟ ଅଭୟାରଣ୍ୟ ଭିତରକୁ ଛାଡିବୁ ନାହିଁ ବୋଲି ବିରୋଧ କରିବା ସହ ଆଜକୁ ଦୁଇଦିନ ତଳେ କାଠ ଦ୍ୱାରା ଏକ ନୂତନ ଅସ୍ଥାୟୀ ତନଖି ଫାଟକ ତିଆରି ରାସ୍ତା ଅବରୋଧ କରିଥିଲେ । ପରେ ଖବର ପାଇ କୁଶଙ୍ଗ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆପଣ ମାନଙ୍କ ସାହାଯ୍ୟ ଆବଶ୍ୟକତା ଚାଁହୁଛୁ ଏବଂ ବର୍ତ୍ତର୍ମାନ ବନ୍ୟ ପ୍ରାଣୀ ବିଭାଗ ଅନୁମତି ନେଇ ଯାତାୟତ କରିପାରିବେ କୌଣସି ଅସୁବିଧା ନାଇଁ ବୋଲି ପ୍ରତିଶୃତି ଦେବାରୁ ତନଖି ଫାଟକ ଗ୍ରାମବାସୀମାନେ ହଟାଇଥିଲେ । ଘଟଣାକୁ ନେଇ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସର୍ବଦା ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ବିଭାଗ ସଜାଗ ରହିଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ଥିବାରୁ ଜଙ୍ଗଲ ଜୀବଜନ୍ତୁ ମାନେ ଖାଦ୍ୟ ଓ ପାଣି ପାଇଁ ଜଙ୍ଗଲ ଭିତରୁ ବାହାରକୁ ଚାଲି ଆସୁଛନ୍ତି । ତେଣୁ ତାଙ୍କ ସୁରକ୍ଷା ନେଇ ଆମେ କଡାକଡି ନିୟମ ପାଳନ କରୁଛୁ । ବାହାର ଲୋକଙ୍କୁ ବିନା ଅନୁମତିରେ ଭିତରକୁ ଛାଡୁ ନାହିଁ ଏପରିକି ଅଭୟାରଣ୍ୟବାସୀ ମଧ୍ୟ ଆମପାଖରୁ ଅନୁମତି ନେଇ ଯିବାକୁ ନିର୍ଦ୍ଦେଶ ଦେଇଛୁ ବୋଲି ରେଞ୍ଜ ଅଧିକାରୀ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − one =