ହୀରାଞ୍ଚଳର ପ୍ରଭାବ.. ତୁରନ୍ତ ସମାଧାନ ହେବ ନନ୍ଦାଗାଡୁ ସମସ୍ୟା ,ସମସ୍ୟାର ସମୀକ୍ଷା ପାଇଁ ଜିଲ୍ଲାପାଳ ପଠାଇଲେ ଅଧିକାରୀ

0 217

ହରଭଙ୍ଗା ,୨୭/୫- ହରଭଙ୍ଗା ବ୍ଲକ ଉପାନ୍ତ ପଞ୍ଚାୟତ ମହାଲିକପଡା ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଂଚଳ ଆଦିମ ଅଧିବାସୀ ଜନବସତି ନନ୍ଦାଗାଡୁ ଗ୍ରାମର ବିଭିନ୍ନ ମୌଳିକ ଅସୁବିଧାର ସମୀକ୍ଷା ଓ ସମାଧାନ ପାଇଁ ଆଜି ଏକ ତଦନ୍ତକାରୀ ଦଳ ପହଞ୍ଚିଥିବା ସୂଚନା ମିଳିଛି । ଗତକାଲି ଗ୍ରାମର ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୁଖ୍ୟ ସମସ୍ୟା ହୀରାଞ୍ଚଳ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପଞ୍ଚାୟତ ଅଧିକାରୀ -ଲକ୍ଷ୍ମଣ ଓରାମ, ପିଇଓ ବିରଞ୍ଚି ନାରାୟଣ ପଣ୍ଡା, ସରପଞ୍ଚ ମାମୁନି ବାଘ ଗ୍ରାମକୁ ଆସି ଲୋକଙ୍କ ସମସ୍ୟା ଉପରେ ପଚାରି ବୁଝିଥିଲେ । ପାନୀୟ ଜଳ, ରାସ୍ତା ଗ୍ରାମର ମୁଖ୍ୟ ସମସ୍ୟା ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ନନ୍ଧାଗାଡୁ ଓ ନନ୍ଧାଗାଡୁ ଠାରୁ ଫରେଷ୍ଟ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ମଞ୍ଜୁର ଏବଂ ଗତକାଲି ଠାରୁ ଟେଙ୍କର ଯୋଗେ ପାଣି ଯୋଗାଇ ଦେବାପାଇଁ ଶ୍ରୀ ଓରାମ ସରପଞ୍ଚ ଓ ପିଇଓଙ୍କୁ ନିର୍ଦ୍ଦେଶ ଦେବାସହ ଖୁବ ଶୀଘ୍ର ଶିକ୍ଷାର ଉନ୍ନତି ପାଇଁ ଗ୍ରାମରେ ଏକ ମିନି ଅଙ୍ଗନୱାଡି ସେଣ୍ଟର, ଗ୍ରାମରେ ଥିବା ୬ଜଣଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ସିଏସଓଙ୍କୁ ଜଣାଇଥିଲେ । ପ୍ରଥମ ଦିନଠୁ ଅଚଳ ଥିବା ନଳକୂପକୁ ତୁରନ୍ତ ରିପାରିଙ୍ଗ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଗ୍ରାମରେ ଥିବା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସ୍ୱାବଲମ୍ବୀ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଏହିସବୁ ସମସ୍ୟାର ସମାଧାନ ଓ ଉପଯୁକ୍ତ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଇଥିବାରୁ ଓ ଜିଲ୍ଲା ପ୍ରଶାସନକୁ ବହୁଦିନର ମୌଳିକ ଅସୁବିଧାର ସୂଚନା ଗଣମାଧ୍ୟମ ଦେଇଥିବାରୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 6 =