ସୋଶିଆଲ୍ ମିଡ଼ିଆର ଅପବ୍ୟବହାରକାରୀଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ

0 219

ଭୁବନେଶ୍ୱର: କୋଭିଡ୍‌-୧୯ ତଥା କରୋନା ସଂପର୍କରେ ସାମାଜିକ ଗଣମାଧ୍ୟମଗୁଡ଼ିକ ପ୍ରବଳମାତ୍ରାରେ ଗୁଜବ ତଥା ଅପପ୍ରଚାର କରି ଜାତିର ତଥା ଦେଶର ପ୍ରବଳ କ୍ଷତି କରୁଛନ୍ତି । ଏଣୁ ସେମାନଙ୍କ ପ୍ରତି ସରକାର ନିଜର କଠୋର ଆଭିମୁଖ୍ୟ ପୋଷଣ କରି ଏଥିରୁ କ୍ଷାନ୍ତ ହେବାକୁ ଚେତାବନୀ ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମଗୁଡ଼ିକ ସୋଶିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଗୁଜବ ରଚନା କରି ବହୁ କ୍ଷତି କରୁଛନ୍ତି । କିନ୍ତୁ ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ, ଏହା ବେଳାଭୂମିର ପଦଚିହ୍ନ ନୁହେଁ । ସମୁଦ୍ର ବେଳାଭୂମିର ପଦଚିହ୍ନ ଢେଉ ଆସିଲେ ଲିଭି ଯାଇଥାଏ । ତାକୁ ଆଉ ପାଇବା ସହଜ ହୁଏନାହିଁ । କିନ୍ତୁ ଡିଜିଟାଲ୍ ପ୍ଲାଟଫର୍ମରେ ଏଭଳି ଗୁଜବ ରଚନାକାରୀଙ୍କ ଡିଜିଟାଲ୍ ଫୁଟ୍‌ଫ୍ରିଣ୍ଟ ଖୋଜି ପାଇବା ସରକାରଙ୍କ ପକ୍ଷେ ଦୂରୁହ ବ୍ୟାପାର ନୁହେଁ । ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏ ସଂପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ସିଧାସିଧା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସୋଶିଆଲ୍ ମିଡ଼ିଆରେ ସତ୍ୟତା ନଥାଇ କରୋନା ସଂପର୍କରେ କିମ୍ବା ଜାତି, ଧର୍ମ, ଗୋଷ୍ଠୀକୁ ନେଇ ଯେଉଁମାନେ ଗୁଜବ ରଚନା କରୁଛନ୍ତି ସେମାନେ ସତର୍କ ଓ ସଚେତନ ହୁଅନ୍ତୁ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

hiranchal ad1
Leave A Reply

Your email address will not be published.

20 + fourteen =