ଶ୍ୱାସ ଓ ଏନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବା ବାଧ୍ୟ

0 156

ଭୁବନେଶ୍ୱର: କୋଭିଡ୍‌-୧୯ ଅର୍ଥାତ୍ କରୋନା ନୁହେଁ । ଶ୍ୱାସ ଓ ଏନଫ୍ଲୁଏଞ୍ଜା କ୍ଷେତ୍ରରେ ଯେଉଁ ରୋଗୀମାନେ ପ୍ରତିଦିନ ସରକାରୀ ହେଉ କିମ୍ବା ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବାକୁ ବାଧ୍ୟ । ଏଥିରେ ଅମାନ୍ୟ କଲେ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ସେହି ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଇ ସିଲ୍ କରାଯିବ ବୋଲି କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ବା କରୋନା ଭୂତାଣୁଜନିତ ରୋଗ ମୁଖ୍ୟତଃ ରୋଗୀର ଫୁସ୍‌ଫୁସକୁ ଆକ୍ରାନ୍ତ କରିଥାଏ । ଶ୍ୱାସ ଓ ଏନଫ୍ଲୁଏଞ୍ଜା ରୋଗୀ ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ଯଦି ଏମାନେ ଭୂତାଣୁ ଆକ୍ରାନ୍ତର ଶିକାର ହୁଅନ୍ତି ତେବେ ତାଙ୍କ ଏହା ବିପଦଜନକ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ଶ୍ୱାସ ଓ ଏନ୍‌ଫ୍ଲୁଏଞ୍ଜା ରୋଗୀମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଚାହୁଁଛନ୍ତି । ଯାହା କରୋନା ବିରୋଧରେ ଲଢ଼େଇ ପାଇଁ ସହାୟକ ହେବାର ଲକ୍ଷ୍ୟ ଥିବାରୁ ଘରୋଇ ହସ୍ପିଟାଲମାନେ ଏଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

13 + seventeen =