ହାଇକୋର୍ଟରେ ପହଞ୍ଚିଲା ମମିତା ହତ୍ୟା ମାମଲା

0 87

କଟକ: ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି ।
ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଛି । ଏଥିସହ ମୃତକଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟରେ ପ୍ରାର୍ଥନା କରିଛି ଭାରତୀୟ ବିକାଶ ପରିଷଦ । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ବଲାଙ୍ଗୀର ଏସପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ତାଙ୍କ ବହିଷ୍କାର ଦାବିରେ ବିରୋଧୀ ତୁମ୍ବିତୋଫାନ କରୁଛନ୍ତି । ମନ୍ତ୍ରୀ ପଦବୀରେ ରହିଲେ ତଦନ୍ତ ବାଟବଣା ହେବ ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।

hiranchal ad1
Leave A Reply

Your email address will not be published.

five × five =