ପୁଣି ବଢିଲା ତେଲ ଦର

0 71

ନୂଆଦିଲ୍ଲୀ : ସରକାରୀ ତେଳ କମ୍ପାନୀମାନେ ଗୁରୁବାର ପାଇଂ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି । ଆଜି ପୁଣି ଥରେ ତେଳ ଦର ବଢିଛି, ଯାହା ସାଧାରଣ ଜନତାଙ୍କୁ ଝଟକା ଦେଇଛି । ଆଜି ଡିଜେଲ ଲିଟର ପ୍ରତି ୩୮ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟର ପ୍ରତି ୩୬ ପଇସା ବଢିଛି । ଅକ୍ଟୋବରର ୨୧ ଦିନ ମଧ୍ୟରୁ ୧୬ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ସେହିପରି ଗତ ୨୮ ଦିନରେ ୨୧ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଏହି ସମୟରେ ଡିଜେଲ ୭ଟଙ୍କା ୧୮ ପଇସା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୧୦୬.୫୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୫.୨୭ ଟଙ୍କାରେ ବିକ୍ରି ହେଉଛି ।

hiranchal ad1
Leave A Reply

Your email address will not be published.

1 × three =