ପ୍ରିୟଙ୍କାଙ୍କ ବଡ ଘୋଷଣା, ୟୁପିରେ କଂଗ୍ରେସ ସରକାର ଆସିଲେ ଛାତ୍ରୀଙ୍କୁ ଦିଆଯିବ ସ୍ମାର୍ଟ ଫୋନ ସହ ଇଲେକ୍ଟ୍ରୋନିକ୍‌ ସ୍କୁଟି

0 60

କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ୟମ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବା ପୂର୍ବରୁ ଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।
ବୁଧବାର ଦିନ ଲକ୍ଷେ୍ନା÷÷ରୁ ଆଗ୍ରା ଅଭିମୁଖେ ଯାତ୍ରା କରୁଥିବା ବେଳେ ମହିଳା ପୋଲିସ କର୍ମଚାରୀଙ୍କ ସହ ସେଲଫି ନେବା ଏବଂ ଆହତ ଛାତ୍ରୀଙ୍କୁ ବ୍ୟାଣ୍ଡେଜ ବାନ୍ଧିବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଏକ ବଡ ପଦକ୍ଷେପ ନେଇଛନ୍ତି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ୍‌ ଦିଆଯିବ ବୋଲି ଘୋଷଣା କରିବା ପରେ ସେ ବର୍ତ୍ତମାନ ଛାତ୍ରୀମାନଙ୍କୁ ଏକ ଖୁସି ପ୍ରତିଶୃତି ଦେଇଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଏକ ଟୁଇଟ୍‌ କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ ଗତକାଲି ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି । ପଢିବା ଏବଂ ସୁରକ୍ଷା ପାଇଁ ତାଙ୍କୁ ସ୍ମାର୍ଟଫୋନ୍‌ ଦରକାର ବୋଲି ସେମାନେ କହିଥିଲେ । ମୁଁ ଖୁସି ଯେ ଘୋଷଣା କମିଟିର ସହମତିରେ ଆଜି ଉତ୍ତରପ୍ରଦେଶ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ସରକାର ଗଠନ ହେଲେ ଇଣ୍ଟର ପାସ୍‌ ଝିଅମାନଙ୍କୁ ସ୍ମାର୍ଟଫୋନ୍‌ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀମାନଙ୍କୁ ଇଲେକ୍‌ଟ୍ରୋନିକ୍‌ ସ୍କୁଟି ଦିଆଯିବ । କଂଗ୍ରେସ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବ ।

hiranchal ad1
Leave A Reply

Your email address will not be published.

four − 2 =