କିଆକଟା ପଞ୍ଚାୟତ ଜିଆରଏସଙ୍କ ବିୟୋଗରେ ଶୋକସଭା

0 359

କିଆକଟା : କିଆକଟା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁନୀଲ କୁମାର ଭୋଇଙ୍କ ଗତ୨୬ ତାରିଖରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି କିଆକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ବେହେରା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ପ୍ରମୁଖ ନେତା ଦିଗାମ୍ବର ପ୍ରଧାନ, ପ୍ରତାପ ଚନ୍ଦ୍ର କର୍ଣ୍ଣ, ଏମବିକେ ସସ୍ମିତା ବିଶ୍ୱାଳ, ସୁମନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ କଟକ ମେଡିକାଲରେ ତାଙ୍କର ଅକାଳ ମୃତ୍ୟୁ ହୋଇଯାଇଥିଲା । ସେ କିଆକଟା ପଞ୍ଚାୟତରେ କାର୍ଯ୍ୟରତ ଥିବା ବେଳେ ପଞ୍ଚାୟତର ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିଥିଲା । ଏମ୍‌ଜିଏନଆରଇଜିଏସରେ ଶ୍ରମିକମାନଙ୍କ ରୋଜଗାର ଯୋଗାଇ ଦେବାରେ ବହୁ ବଳିଷ୍ଠ କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 1 =