କାଦପଡା ରାମଲୀଳା ଯାତ୍ରା, ସୀତା ବିବାହ ଓ ରାମ-ପର୍ଶୁରାମ ଭେଟ ମଞ୍ଚସ୍ଥ

0 191

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସଂସଦ ଦ୍ୱାରା ରାମଲୀଳା ଯାତ୍ରା ଅନୁଷ୍ଠିତ ହେଉଛି । ଯାତ୍ରାର ପ୍ରଥମ ଦିବସରେ ରାମଜନ୍ମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସଂଧ୍ୟାରେ ସୀତା ବିବାହ ଓ ରାମ-ପର୍ଶୁରାମ ଭେଟ ମଞ୍ଚସ୍ଥ ହୋଇଛି । ମୁଖ୍ୟ ମଂଚରେ ପ୍ରଥମେ ସିଦ୍ଧବନରେ ଋଷିମାନଙ୍କ ଯାଗରକ୍ଷା ଓ ସେଠାରେ ତାଡ଼କୀ ଅସୁରୀ ଓ ତାହାର ଦୁଇପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାର ପରିବେଷିତ ହୋଇଥିଲା । ସେତିକି ବେଳେ ଶୂନ୍ୟବାଣୀ ହେଲା ଯେ , ଦଶରଥ ନନ୍ଦନ ଶ୍ରୀରାମ ଓ ଲକ୍ଷ୍ମଣ ଅସୁରମାନଙ୍କୁ ନିଧନ କରିବେ । ମହର୍ଷି ବିଶ୍ୱାମିତ୍ର ତଦନ୍ତେ ଅଯୋଧ୍ୟା ଗମନକରି ରାଜା ଦଶରଥଙ୍କୁ ସବୁକଥା କହି ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଣି ସିଦ୍ଧବନରେ ତାଡ଼କୀ ଓ ସୁବାହୁକୁ ବଧ କରନ୍ତି । ମାରିଚକୁ ପବନ ଶରରେ ଶତ ଯୋଜନାକୁ ଉଡ଼ାଇ ଦିଅନ୍ତି । ସେଠାରେ ଋଷିମାନଙ୍କ ଯଜ୍ଞକର୍ମ ସମାପନ ହୁଏ ଏବଂ ବିଶ୍ୱାମିତ୍ର ଶ୍ରୀରାମ ଲକ୍ଷ୍ମଣଙ୍କୁ ବିଭିନ୍ନ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତି । ସେହି ସମୟରେ ଜନକ ଆପଣାର ପୁତ୍ରୀ ସୀତାଙ୍କ ନିମନ୍ତେ ସ୍ୱୟଂମ୍ବର ଆହ୍ୱାନ କରିଥିବା ଜାଣି ବିଶ୍ୱାମିତ୍ର ଶ୍ରୀରାମ ଲକ୍ଷ୍ମଣଙ୍କୁ ନେଇ ଜନକ ପୁରୀ ମିଥୁଳା ଯାତ୍ରା କରନ୍ତି । ବାଟରେ ପାଷାଣ ଅହଲ୍ୟା ଉଦ୍ଧାର କରି ଗଙ୍ଗାପାର ହୋଇ ମିଥିଳା ଯାଆନ୍ତି । ସେଠାରେ ଶିବଧନୁ ଭଗ୍ନ କରିବା ପରେ ସୀତା ଶ୍ରୀରାମଙ୍କୁ ବରଣ କରନ୍ତି । ଏହି ସୁସମ୍ବାଦ ପାଇ ଦଶରଥ ସଦଳବଳେ ଅନ୍ୟ ପୁତ୍ରମାନଙ୍କୁ ନେଇ ମିଥୁଳା ଗମନ କରନ୍ତି । ସେଠାରେ ଯଥାରୀତି ଅନୁଯାୟୀ ରାମ-ସୀତାଙ୍କ ବିବାହ ସଂପନ୍ନ ହୁଏ । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବାଟରେ ଶ୍ରୀ ଶ୍ରୀ ପର୍ଶୁରାମ ପଥରୋଧ କରିବା ବେଳେ ଶ୍ରୀରାମ ଚନ୍ଦ୍ର ତାଙ୍କର କଳା ହରଣ କରି ଦର୍ପଚୂର୍ଣ୍ଣ କରନ୍ତି । ତାପରେ ପୁତ୍ର ଓ ପୁତ୍ର ବଧୂ ମାନଙ୍କୁ ନେଇ ରାଜା ଦଶରଥ ମହା ଆଡ଼ମ୍ବରରେ ଅଯୋଧାରେ ପହଂଚିବା ନୀଳାଭିନୟ ହୋଇଥିଲା । ଶ୍ରୀରାମ ଭୂମିକାରେ ପ୍ରଭାତ ଘିବେଲା ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ପ୍ରମୋଦ ପ୍ରଧାନ, ସୀତା ଭୂମିକାରେ ଅନିଲ ଅମାତ, ଦଶରଥ ଭୂମିକାରେ କନିଷ୍ଠ ଦେହୁରୀ ପ୍ରମୁଖ ଅଭିନୟ କରିଥିଲେ । ଯାତ୍ରାକୁ ଦେଖିବା ପାଇଁ ଗ୍ରାମ ତଥା ଆଖାପାଖର ଗ୍ରାମର ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାମଲୀଳା ନାଟ୍ୟ ସଂସଦର ସଭାପତି ବଶିଷ୍ଠ ଦେହୁରୀ, ସଂପାଦକ ଗଣେଶ୍ୱର ବେରିହା, ମନୀଷ ମହାନ୍ତି ପ୍ରମୁଖ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × one =