କନ୍ଧମାଳରେ ଆଜି ପୁଣି ୨୪କରୋନା ପଜିଟିଭ ଚିହ୍ନଟ

0 88

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୬୩୭ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୪୬୦ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୩୦ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୧୪୭ ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୨୪ ମଧ୍ୟରୁ ଫୁଲବାଣୀର ୦୨ ଜଣ ହୋଇଥିବା ବେଳେ, କ ନୂଆଗାଁର ୨ ଜଣ , ଦାରିଙ୍ଗବାଡିର ୧୦ ଜଣ, ଚକାପାଦ ର ୩ ଜଣ, ରାଇକିଆର ଜଣେ, ଓ ବାଲିଗୁଡା ର ୬ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୁରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

13 − nine =