ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ, କାହିଁକି ଜାଣନ୍ତୁ

0 206

ଭୁବନେଶ୍ୱର,୧୯ ।୧୧: ୫ଟି ରାଜ୍ୟର ୪୪ଟି ଆକାଙ୍‍କ୍ଷୀ ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍‍ରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୦୯୪ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି । କିଛି ଦିନ ତଳେ ଶ୍ରୀ ସାମନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି କନ୍ଧମାଳର ସମସ୍ତ ଗ୍ରାମକୁ ମୋବାଇଲ୍‍ ମୋବାଇଲ୍‍ ସେବା ଯୋଗାଇ ଦେବା ନେଇ ଦାବି ଉପସ୍ଥାପନ କରିଥିଲେ । କନ୍ଧମାଳର ଅଧିକାଂଶ ଗ୍ରାମକୁ ମୋବାଇଲ୍‍ ଯୋଗାଯୋଗର ସୁବିଧା ନଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜିଲ୍ଲାର ସାଧାରଣ ଲୋକ ବହୁଳ ଭାବେ ଉପକୃତ ହେବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । କନ୍ଧମାଳ ଜିଲ୍ଲାରେ ମୋବାଇଲ ଯୋଗାଯୋଗ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ସାମନ୍ତ ଦୀର୍ଘ ଦିନରୁ ଉଦ୍ୟମ ଜାରି ରଖିଥିଲେ । ଅନ୍ୟ ପକ୍ଷରେ ଫୁଲବାଣୀ ସହରର ବିକାଶ ପାଇଁ ରାଜ୍ୟ ସରକାର ଫୁଲବାଣୀ ପୌରସଂସ୍ଥାକୁ ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ଫୁଲବାଣୀ ବ୍ୟାପକ ଆଧୁନିକିକରଣ, ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ହୋଇପାରିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =