ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍‌ ପାଏନ, ଏହି ବଡ ବିବାଦରେ ଫଶିଛନ୍ତି

0 80

ସିଡନୀ : ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ ଦଳର ଅଧିନାୟକ ୩୬ ବର୍ଷିୟ ଟିମ୍‌ ପାଏନ ଏକ ବଡ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଏହି କାରଣରେ ସେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି । ସୂଚନା ଅନୁସାରେ ତାଙ୍କ ସହକର୍ମୀ ମହିଳା କର୍ମଚାରୀଙ୍କୁ ଆପତ୍ତିଜନକ ଚିତ୍ର ଏବଂ ବାର୍ତ୍ତା ପଠାଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଛି । ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ଆଗାମୀ ପ୍ରମୁଖ ଆଶେସ୍‌ ସିରିଜ୍‌ ପୂର୍ବରୁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍‌ ପାଏନ । ଅର୍ଥାତ୍‌ ଆଗାମୀ ଆଶେସ୍‌ ସିରିଜ୍‌ ସମୟରେ ତାଙ୍କୁ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିବ ନାହିଁ ।
ତସମାନିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ୩୬ ବର୍ଷୀୟ ଖେଳାଳି ତାଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ପ୍ରଶ୍ନ ପଚାରିବାକୁ ମଧ୍ୟ ଦିଆଯାଇନଥିଲା । କୁହାଯାଉଛି ଯେ ଏହି ମାମଲା ୨୦୧୭ ମସିହାର । ଏଥି ସହିତ, ୨୦୧୮ ମସିହାରେ କ୍ରିକେଟ୍‌ ଅଷ୍ର୍ଟ୍ରେଲିଆ ପାଏନଙ୍କ ଦ୍ୱାରା ପଠାଯାଇଥିବା ଆପତ୍ତିଜନକ ସନ୍ଦେଶର ଅନୁସନ୍ଧାନ ମଧ୍ୟ କରିଥିଲେ ଓ ସେ ସେହି ସମୟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।
ପାଏନ ନିର୍ଦ୍ଦୋଷରେ ଖଲାସ ହେବା ପରେ ମହିଳା କର୍ମଚାରୀ ଜଣକ ପୁଣିଥରେ ଏହି ମାମଲାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ ନିକଟରେ ଦାବି କରିଥିଲୋ । ଏବେ ଏହି ମାମଲା ସାର୍ବଜନୀନ ହୋଇଯାଇଥିବାରୁ ପାଏନ୍‌ ବାଧ୍ୟ ହୋଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ତେବେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପାଏନ୍‌ ଚାହୁଁଛନ୍ତି ଯେ ସେ ଅଷ୍ଟ୍ରେଲିଆ ଦଳର ଏକ ଅଂଶ ହୋଇ ରୁହନ୍ତୁ । ସାମ୍ବାଦିକ ସମ୍ମିଳନୀରେ ସେ ଭାବପ୍ରବଣ ହୋଇ କହିଥିଲେ, ଚାରି ବର୍ଷ ପୂର୍ବେ ମୁଁ ମୋର ସାଥୀ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିଲି । ଅଷ୍ଟ୍ରେଲିଆ କ୍ରିକେଟ୍‌ ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଉଥିଲା ଏବଂ ମୁଁ ମଧ୍ୟ ଏଥିରେ ଭାଗ ନେଇଥିଲି । ଅନୁସନ୍ଧାନ ବେଳେ କ୍ରିକେଟ୍‌ ଟାସମାନିଆ ଜାଣିବାକୁ ପାଇଥିଲା ଯେ ମୁଁ କ୍ରିକେଟ୍‌ ଅଷ୍ର୍ଟ୍ରେଲିଆ ଆଚରଣ ବିଧି ଉଲ୍ଲଂଘନ କରି ନାହିଁ । ଏହି ସମୟରେ ମୁଁ ମଧ୍ୟ ଲୋକମାନଙ୍କୁ କ୍ଷମା ମାଗିଥିଲି ।

hiranchal ad1
Leave A Reply

Your email address will not be published.

12 − 12 =