କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବି ଆନ୍ଦୋଳନରୁ ହଟିବେନି ଚାଷୀ, କାହିଁକି ଜାଣନ୍ତୁ

0 90

ନୂଆଦିଲ୍ଲୀ:ପ୍ରକାଶ ପାର୍ବ ଅବସରରେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ସେ ଏହି ଅବସରରେ ଚାଷୀମାନଙ୍କୁ ନିବେଦନ କରିଛନ୍ତି ଆନ୍ଦୋଳନ ପ୍ରତ୍ୟାହାର କରି ଘରକୁ ଯାଆନ୍ତା । ସେ କହିଛନ୍ତି ଯେ କୃଷକମାନେ ନିଜ କ୍ଷେତକୁ ଫେରିବା ଉଚିତ, ପରିବାରକୁ ଫେରିବା ଉଚିତ୍‌ । ତେବେ କୃଷକ ଆନ୍ଦୋଳନ ତୁରନ୍ତ ବନ୍ଦ ହେବ ନାହିଁ ବୋଲି କୃଷକନେତା ରାକେଶ ଟିକାୟତ ସ୍ପଷ୍ଟ କରିଛନ୍‌ତି । ଭାରତ କିଷାନ ୟୁନିୟନର ମୁଖପାତ୍ର ଟିକାୟତ ଟ୍ୱିଟ୍‌ କରି ଲେଖିଛନ୍ତି-ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହାର ହେବ ନାହିଁ, ସଂସଦରେ କୃଷି ଆଇନ ରଦ୍ଦ ହେବାର ଦିନକୁ ଆମେ ଅପେକ୍ଷା କରିବୁ । ସର୍ବନିମ୍ନ ସହାୟତା ମୂଲ୍ୟ ସହିତ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ୍‌ ବୋଲି ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

5 + 14 =