ମମିତା ପରିବାର ବର୍ଗକୁ ଭେଟି ସମବେଦନା ଜଣାଇଲେ ମହିଳା କଂଗ୍ରେସ ଟିମ

0 209

କଣ୍ଟାବାଞ୍ଜି,୨୨/୧୦ – ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମମିତା ମେହେର ପରିବାରବର୍ଗକୁ ଭେଟି ସମବେଦନା ଜଣାଇବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ୫ ଜଣିଆ ମହିଳା କଂଗ୍ରେସ ଟିମ । ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରକୁ ରହସ୍ୟମୟ ଢଙ୍ଗରେ ହତ୍ୟାକରି ଆଠଫୁଟ ଗାତରେ ପୋତିଥିବା ଘଟଣା ରାଜ୍ୟରେ ପ୍ରଥମ । ଏପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବା ଉଚିତ ଓ ଏଥିରେ ବହୁତ ଝିଅ ନ୍ୟାୟ ପାଇବେ ବୋଲି କହିଛନ୍ତି ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଏଭଳି ଦୁଷ୍କର୍ମ ଓ ଦୁଃସାହସ ପଛରେ ରାଜ୍ୟ ସରକାରର ବଡ଼ମନ୍ତ୍ରୀଙ୍କ ହାତ ରହିଛି, ତୁରିକେଲା ଝରନି ଗ୍ରାମ ପରିବାରସହ ଆଲୋଚନା କରିବାପରେ ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ଇସ୍ତଫା ଓ ନିରପେକ୍ଷ ଯାଞ୍ଚ ପ୍ରକ୍ରିୟା ଦ୍ୱାରା ମମିତାକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରିରହିବ ବୋଲି ପରିବାରବର୍ଗକୁ କହିଛନ୍ତି । ମହିଳା ଟିମ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମାସକେ ତିନିଥର ଆସିବା ଓ ଘରୋଇ ସ୍କୁଲକୁ ସରକାରୀ ଅନୁଦାନ ପଛରେ ନିଶ୍ଚୟ ବଡ଼ କାରଣ ଉପରେ ଏସ ଆଇ ତଦନ୍ତ ଆବଶ୍ୟକତା ରହିଛି । ମମିତା ନିଖୋଜ ମିସିିଂ ଏଫ ଆଇ ଆର କେ ଗାଁ ପୋଲିସ ଥାନାରେ ଗ୍ରହଣ ନ କରିବା କାରଣରୁ ପୋଲିସ ବିଭାଗ ଦାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠେଇଛନ୍ତି । ଏହି ଘଟଣାକୁ ସର୍ବପ୍ରଥମେ ଆଗକୁ ଆଣିବାକୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଧନ୍ୟବାଦ ଜଣେଇଛନ୍ତି ମହିଳା ଟିମ, ଯାହାଫଳରେ ସାରା ରାଜ୍ୟରେ ନ୍ୟାୟ ଆନ୍ଦୋଳନ ଜୋର ଧରିଛି । ଝରଣୀ ଗ୍ରାମ ପରିବାର ଲୋକଙ୍କ ସହ ଭେଟିବା ପରେ ମହାଳିଙ୍ଗ ସନସାଇନ ସ୍କୁଲକୁ ଯାଇଥିବା ଜଣା ପଡିଛି । ଏହି ଟିମରେ ମହିଳା କଂଗ୍ରେସ ଉପସଭାପତି ପ୍ରଣତି ମିଶ୍ର, ସହ ସାଧାରଣ ସମ୍ପାଦିକା କୁସୁମ ପ୍ରଧାନ, ଶ୍ରେୟା ପଣ୍ଡା ପ୍ରମୁଖ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =