ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ନୂତନ ଛାତ୍ରୀମାନଙ୍କୁ ଅଭିନନ୍ଦନ

0 110

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଏକାଦଶ ଶ୍ରେଣୀର ବିଜ୍ଞାନ, କଳା ଓ ଭୋକାସେନାଲର ଛାତ୍ରୀମାନଙ୍କୁ ସ୍ୱାଗତ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଏହି ଅବସରରେ କରୋନା କଟକଣା ଓ ସ୍ୱଚ୍ଛତା ରକ୍ଷା, ସାମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଅଧ୍ୟକ୍ଷା, ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀମାନଙ୍କୁ ବୁଝାଇଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ, ବରିଷ୍ଠ ପ୍ରାଧ୍ୟାପିକା ଡ଼.ମନୋଶ୍ୱିନୀ ଦାଶ, ଇତିହାସ ଅଧ୍ୟାପକ ଡ଼. ନୃସିଂହ ପ୍ରସାଦ ପାଣିଗ୍ରାହୀ, ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ମହେନ୍ଦ୍ର ରଇତ ଏବଂ ଅନ୍ୟ ମାନେ ପ୍ରତିବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଓଡ଼ିଶାର କେରିଅର୍‌ ପୋର୍ଟାଲ, ୟୁ ଟୁବ୍‌ ମାଧ୍ୟମରେ ଓଏସ୍‌ଇପିଏର ଶିକ୍ଷା ପ୍ରଦାନ, ପରୀକ୍ଷା ପ୍ରଣାଳୀ, ମୂଲ୍ୟାଙ୍କନ, ଅରିଏଣ୍ଟସନ୍‌ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଦିଆଯାଇଥିଲା ।
ଅଭିଭାବକ ଓ ଶିକ୍ଷକ ଆଲୋଚନା, ପୂର୍ବବର୍ଷର ପାଠ୍ୟକ୍ରମ ଅଥାତ୍‌ ଦଶମ ଶ୍ରେଣୀର ବିଷୟ ଉପରେ ଆଲୋକପାତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରିଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସଂଯୁକ୍ତା ପାତ୍ର ଏବଂ ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡ଼ି. ପ୍ରିୟଙ୍କା ନୂତନ ଛାତ୍ରୀ ମାନଙ୍କୁ କୋଭିଡ୍‌ ନିୟମାବଳୀ ମାନିବା ପାଇଁ କହିଥିଲେ ଏ କ୍ରୀଡା ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଯୋଗ ଓ କ୍ରୀଡ଼ା ଉପରେ ବୁଝାଇଥିଲେ ।

hiranchal ad1
Leave A Reply

Your email address will not be published.

three × one =