୬୦ ମହଲା ବିଶିଷ୍ଟ କୋଠାରେ ଲାଗିଲା ନିଆଁ, ୧୯ତମ ମହଲାରୁ ଡେଇଁ ଯୁବକ ମୃତ

0 77

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ଏକ ୬୦ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଘଟିଛି । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ବିଲ୍ଡିଂରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ସମୟରେ୧୯ ତମ ମହଲାରୁ ଜଣେ ଯୁବକ ଡେଇଁ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ଅଗ୍ନିକାଣ୍ଡ ହେତୁ ଆତଙ୍କିତ ଅବସ୍ଥାରେ ଥିବା ବ୍ୟକ୍ତି ୧୯ ତମ ମହଲାରୁ ଡେଇଁପଡିଥିଲେ ଯେଉଁଠାରେ ସେ ମୃତ୍ୟୁ ବରଣ କରିଥିଲେ । ୩୦ ବର୍ଷୀୟ ଯୁବକଙ୍କୁ ତୁରନ୍ତ କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ବ୍ୟତୀତ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

hiranchal ad1
Leave A Reply

Your email address will not be published.

2 × 2 =