ପ୍ରଦୀପଙ୍କ ଇସ୍ତଫା ପରେ ଆସିଲା ତାରା ଓ ପଞ୍ଚାନନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

0 364

ଭୁବନେଶ୍ୱର: ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି ଯେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ଇସ୍ତଫା ଦେଉଛନ୍ତି । ଯଦି ପ୍ରଦୀପ ଜନସେବା କରିଥାନ୍ତେ, ତେବେ ୨ଥର ହାରିଲେ କାହିଁକି ବୋଲି ତାରା ବାହିନୀପତି କହିଛନ୍ତି । ସେହିପରି ପ୍ରଦୀପଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ତାଙ୍କ କହିବା ମୁତାବକ, ଦକ୍ଷିଣ ଓଡିଶାରେ କଂଗ୍ରେସ ନେତାଙ୍କ ଭଲ ଲୋକସମ୍ପର୍କ ରହିଛି । ହେଲେ ଦଳୀୟ ଭିତ୍ତିରେ କଂଗ୍ରେସ ଏହି କ୍ଷେତ୍ରରେ ବେଶ ସୁଦୃଢ । ପ୍ରଦୀପଙ୍କ ଇସ୍ତଫା ପରେ ମଧ୍ୟ ସେଠାରେ ସେଭଳି କିଛି ପ୍ରଭାବ ଦେଖିବାକୁ ମିଳିବନି ବୋଲି ପଞ୍ଚାନନ କହିଛନ୍ତି ।
ଅନ୍ୟପଟେ ଗତ କିଛି ଦିନ ହେଲା ପ୍ରଦୀପଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସେ କଥାକୁ ପଞ୍ଚାନନ ବିଶ୍ୱାସ କରୁନଥିଲେ । ହେଲେ ଆଜି ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । ଦଳର ଖରାପ ପରିସ୍ଥିତିରେ ବହୁତ କମ ଲୋକ ଦଳରେ ରହିଥାନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍‌ କାନୁନଗୋ ।

hiranchal ad1
Leave A Reply

Your email address will not be published.

nine + 8 =