ଖପ୍ରାଖୋଲ ପୋଲିସର ଚଢ଼ାଉ, ୭ ଜଣ ଦାଦନ ଶ୍ରମିକ ଉଦ୍ଧାର

0 65

ଖପ୍ରାଖୋଲ,୧୫/୧୦- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ସାତ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ଗମ୍ଭାରୀ ଛକ ନିକଟରେ କିଛି ଶ୍ରମିକ ଥିବା ଦେଖି ପଚାରିବାରୁ ସେମାନେ ହରିଶଙ୍କର ରୋଡ ରେଳଷ୍ଟେସନକୁ ଦଲାଲ ମାଧ୍ୟମରେ ଦାଦନ ଯାଉଥିବା ଜାଣିଥିଲେ । ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ନେଇ ପରେ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକମାନେ ଲାରମ୍ଭା ଥାନା ଦମକିପାଲି ଗାଁର ହୋଇଥିବା ବେଳେ ୨ ଜଣ ଶିଶୁ ସମେତ ୨ ଜଣ ମହିଳା ଓ ୫ଜଣ ପୁରୁଷ ଉଦ୍ଧାର ହୋଇଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନ ୧୬୬/୧୦ରେ ଏକ ମାମଲା ରୁଜୁ କରି ଜଣେ ଦାଦନ ଦଲାଲକୁ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =