ଆତ୍ମନିର୍ଭର କିଷାନ ଅଭିଯାନ ରଥ ଉଦଘାଟିତ

0 201

ବୌଦ୍ଧ,୧୫/୧୦- ଆତ୍ମ ନିର୍ଭର କିଷାନ ଅଭିଯାନ ରଥ ଉଦଘାଟନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଅଭିଯାନର ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇ କହିଲେ କୃଷକ ଭାଇମାନେ ପାରମ୍ପରିକ ଜୈବିକ ଖତ ସହିତ ଈଶ୍ୱରଙ୍କ ସହିତ ମନଯୋଗ ଲଗାଇ ଚାଷକଲେ ଜୀବନ ନିରୋଗୀ ହେବ ଯାହାକି ସମାଜ ପ୍ରତି ହିତକର ହେବ ବୋଲି ବର୍ଣ୍ଣନା କରିଥିଲେ । କୃଷି ବୈଜ୍ଞାନିକ ତପନ ଦାସ ଏହି ଅବସରରେ କହିଥିଲେ ଯେ ବହୁଳ ରାସାୟନିକ ବ୍ୟବହାର ଦ୍ୱାରା ମାଟି ଟାଣ ହେବା ସହିତ ପରିବେଶ ଦୂଷିତ ହୋଇଯାଇଛି, ଜୈବିକ ଚାଷର ମହତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ରାଜ୍ୟ କୃଷକ ସଂଘର ସମ୍ପାଦକ ଭୋଳାଗିରି ସାହୁ ସଭାରେ ଉପସ୍ଥିତ ଚାଷୀଭାଇ ମାନଙ୍କୁ ଜୈବିକ ଚାଷକୁ ଆପଣେଇବା ପାଇଁ ସନ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହରିହର ବାରିକ ସରକାରଙ୍କ ଯୋଜନା ସହିତ, ବ୍ରହ୍ମାକୁମାରୀଙ୍କ ନୂତନ କୃଷି ଯୋଜନା ଯୌଗିକ କୃଷିକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ସୁଧୀର କୁମାର କର୍ଣ୍ଣ ଓ ଧୂରୀଣ ଦେହୁରୀ ନିଜନିଜର ମନ୍ତବ୍ୟ ଦେଇଥିଲେ । ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଈଶ୍ୱରଙ୍କୁ ଆରାଧନା କରି କୃଷିକାର୍ଯ୍ୟ କଲେ ଆମର ଜୀବନ ସୁଖୀ ଓ ଆନନ୍ଦମୟ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମକୁମାର ବି.କେ ଭାଗିରଥି ଭାଇ ପରିଚାଳନା କରିଥିଲେ । ବି କେ ସରୋଜ ଭାଇ ସଂସ୍ଥାର ସଂଲଗ୍ନ କୃଷି ଓ ଗ୍ରାମ ବିକାଶର କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଆତ୍ମନିର୍ଭର କିଷାନ ଅଭିଯାନର ରଥକୁ ଅତିଥିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

hiranchal ad1
Leave A Reply

Your email address will not be published.

thirteen + one =