ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ ପାଳିତ

0 133

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ମହୋତ୍ସବ ମହାସମାରୋହରେ ପାଳିତ ହେଇଯାଇଅଛି । ଉତ୍ସବ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସ୍ୱାଗତ ଉତ୍ସବର ମହତ୍ୱ ଓ ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପରେ ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଦ୍ୱାରା ନିଜ ପରିଚୟ ପ୍ରଦାନ ସହ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସହ ବନ୍ଧୁମିଳନର ଆୟୋଜନ କରାଯାଇଥିଲା ଏବଂ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ବରିଷ୍ଠ ପ୍ରାଧ୍ୟାପିକା ଡ. ମନସ୍ୱିନୀ ଦାସ, ଡ. ମହେନ୍ଦ୍ର ରଇତ, ଡ. ନୃସିଂହ ପାଣିଗ୍ରାହୀ, ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ବିଶେଷ ସହଯୋଗ ରହିଥିଲା ।

hiranchal ad1
Leave A Reply

Your email address will not be published.

5 × 5 =