ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟ ଅମଲା ସଂଘ ସଭାପତି

0 146

ଭୁବନେଶ୍ୱର: ରାଜ୍ୟ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ରାଜ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ସାଧୁବାଦ ଓ କୃତଜ୍ଞା ଜ୍ଞାପନ କରିଛନ୍ତି । ୨୦୧୩ ମସିହାଠାରୁ ଆରମ୍ଭ ହୋଇଥିବା ଏକ କଳଙ୍କିତ ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟର ପରିସମାପ୍ତି କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଇତିହାସ ସୃଷ୍ଟି କରିଛନ୍ତି । ୫୭,୦୦୦ ହଜାର କର୍ମଚାରୀଙ୍କ ସହିତ ଜଡିତ ଥିବା ୫୭,୦୦୦ ହଜାର ପରିବାରଙ୍କ ମୁହଁରେ ହସ ଫୁଟାଇ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଁ ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହ ସାଧୁବାଦ ଓ କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ସରକାରୀ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଆଶାବ୍ୟକ୍ତ କରୁଛି ବୋଲି କହିଛନ୍ତି ଓଡିଶା ରାଜସ୍ୱ ଅମଲା ସଂଘ ସଭାପତି ।

hiranchal ad1
Leave A Reply

Your email address will not be published.

17 − 5 =