ଆସନ୍ତାକାଲି ଜାଗର ଯାତ୍ରା, ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ

0 67

ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୁଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଜାଳିପାରିବେ ଭକ୍ତ। ଏଥିସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା କରିଛି ବିଏମସି। ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ। ଆଡ଼କାଠରୁ ଭକ୍ତ କରିବେ ଦର୍ଶନ, କୋଭିଡ କଟକଣାରେ ଜାଗର ଜାଳିବା ଉପରେ ଗୁରୁତ୍ୱ। ରାତି ୧୦ଟା ରେ ଉଠିବ ମହାଦୀପ।

hiranchal ad1
Leave A Reply

Your email address will not be published.

3 × 2 =