ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 151

ଗଜପତି,୨୮/୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ୨୩. ୧୨. ୨୦୨୧ ଠାରୁ ୨୮.୨.୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଆଜି ତାଙ୍କୁ କାର୍ଯ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ତାଙ୍କର କାର୍ଯ୍ୟ ଦକ୍ଷତାରସହ ପ୍ରତିପାଦିତ କରିଥିବାରୁ କର୍ମଚାରୀମାନେ ଭୁୟସୀ ପ୍ରଶଂସା କରିଛନ୍ତି । ସେ ମେଳାପୀ ଓ ମିଷ୍ଟଭାଷୀ ଥିବାରୁ କର୍ମଚାରୀମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁର ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ ଶ୍ରୀ ମାଝୀ ଦକ୍ଷତାର ସହ କାର୍ଯ୍ୟ ପ୍ରତିପାଦିତ କରୁଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ମିଶ୍ର, କନିଷ୍ଠ କିରାଣି ସି.ଏଚ ବୈକୁଣ୍ଠ , ସମ୍ବିତ ସୁଧା ପଟ୍ଟନାୟକ ଆକାଉଣ୍ଟାଣ୍ଟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସିଆରସିିସି ପ୍ରକାଶ ଚନ୍ଦ୍ର ପଣ୍ଡା, ଏମ.ଉମା ପତି, ପି. ଭେଙ୍କଟେଶ୍ୱରଲୁ, ନରେନ୍ଦ୍ର ଭୂୟାଁ, ତାରକେଶ୍ୱର ଜେନା, ଟି. ସୁନିଲ ଏବଂ ଅଫିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen + 15 =