ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

0 75

ଗଜପତି,୨୮/୨: ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶକ୍ରମେ ଓ ଶିକ୍ଷକ ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଅଧକ୍ଷତାକରି ଡ଼. ସି. ଭି. ରମଣଙ୍କ “ରମଣ ପ୍ରଭାବ’ ବିଷୟରେ ବୁଝାଇ, ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ଗବେଷଣାତ୍ମକ ମନୋଭାବ ଉଦ୍ରେକ କରିବା ଏହିଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ନବ କୁମାର ପଟନାୟକ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲଳିତ ମୋହନ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚବିଦ୍ୟାଳୟର ୫୦ ଜଣ ବିଜ୍ଞାନ ଶିକ୍ଷକ /ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ କବିତା ରାଉତ ଓ ଶିବ କଲ୍ୟାଣୀ ଆଚାର୍ଯ୍ୟ ଏବଂ ଶିକ୍ଷକ ୟାଇ. କ୍ରିଷ୍ଣା ରାଓ ବକ୍ତା ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଆମୋପୋଲୁ ରବି କୁମାର ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 17 =