ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍‌ ଏକାଡେମୀର ସଂସ୍ଥାପକକୁ ଶ୍ରେଷ୍ଠ କ୍ରୀଡା ସଂଗଠକ ସମ୍ମାନରେ ସମ୍ମାନିତ

0 43

ଘୁ.ଉଦୟଗିରି,୨୮/୨- ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍‌, ଏବଂ ସିଟି କ୍ଲବ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍‌ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡିଆରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍‌ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ସମାଜସେବୀ ତଥା ପୂର୍ବତନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହକି ଏବଂ ଓଡ଼ିଶା ସ୍କୁଲ , ୟୁନିୟନର ଓଡ଼ିଶା ଖେଳାଳୀ ତଥା କନ୍ଧମାଳ ଜିଲ୍ଲାରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଜଗତରେ ଏକ ସ୍ୱାଭିମାନୀ କ୍ରୀଡାବିତ୍‌ ସୃଷ୍ଟି କରିବା ଏବଂ ଜିଲ୍ଲାରେ କ୍ରୀଡାର ବାତାବରଣ ସୃଷ୍ଟି କରିବାର ଲକ୍ଷ୍ୟ ରଖି ” ଭିଜନ କନ୍ଧମାଳ ୨୦୩୬ : ସ୍ପୋଟି ୟୁଥ୍‌ – ସ୍ପୋଟି କମ୍ୟୁନିଟି : ସ୍ପୋଟି ନେଶନ୍‌ ଭଳି ଏକ ରୂପରେଖ ପ୍ରସ୍ତୁତକରି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍‌ ଏକାଡେମୀ ୨୦୦୫ରେ ସ୍ଥାପନା କରି ଦକ୍ଷ ପ୍ରଶିକ୍ଷକ ପ୍ରଶିକ୍ଷିକା ମାନଙ୍କୁ ନିଯୁକ୍ତି ଦେଇ କୋମଳମତି ବାଳକ ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପ୍ରଦାନ କରି ଚୟନକର୍ତ୍ତା ମାନଙ୍କ ଦୃଷ୍ଟି ଆକର୍ଷଣ କରାଇ କ୍ରୀଡା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପେଷାଦାର କ୍ରୀଡାବିତ୍‌ର ପରିଚୟ ସୃଷ୍ଟି କରିବା, ଅଧିକରୁ ଅଧିକ ଅପହଞ୍ଚ ଇଲାକାର ତୃଣମୂଳସ୍ତରରେ ଥିବା ପ୍ରତିଭାମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ପଞ୍ଚାୟତ ସ୍ତରରେ ଆନ୍ତର୍ଜାତିକ ସୁନାମ ଧନ୍ୟ କ୍ରୀଡାବିତ୍‌ ମାନଙ୍କ ନାମରେ ସ୍ପୋର୍ଟସ ସ୍କୁଲ ମାନ ସ୍ଥାପନା କରି ସେମାନଙ୍କର ହାତପାନ୍ତାରେ ସୁଯୋଗ ଦେବାର ଏକ ଅଭିନବ କାର୍ଯ୍ୟକ୍ରମର ପ୍ରଚେଷ୍ଟା ଏବଂ ଜିଲ୍ଲାରେ ରଗବୀ, ଫୁଟବଲ, କବାଡି, ସାଇକେଲିଂ, ଏଥଲେଟିକ , ଭଲିବଲ , ଫୁଟବଲ, ଟେନିସ୍‌ ଖେଳ ଗୁଡ଼ିକୁ ପ୍ରୋତ୍ସାହନ କୈାଣସି ସରକାରୀ ସାହାଯ୍ୟ ସହଯୋଗରେ ନିଜସ୍ୱ ପ୍ରୟାସରେ ଜାରି ରହିଛି ଏଥିପାଇଁ କୈାଣସି ସରକାରୀ କିମ୍ବା ବେସରକାରୀ କିମ୍ବା ଜିଲ୍ଲା ପ୍ରଶାସନ ର ସହଯୋଗ ବର୍ତ୍ତମାନ ସୁଦ୍ଧା ସହାୟତା ନାହିଁ । ଏଭଳି ଉଦ୍ୟମକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଫୁଟବଲ ଟେନିସ୍‌ ଆସୋସିଏସନ୍‌ ଏବଂ ଆୟୋଜକ ସିଟି କ୍ଲବ ଭୁବନେଶ୍ୱର ତରଫରୁ ୫ ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ କ୍ରୀଡା ସଂଗଠକ ଭାବେ ସମ୍ମାନୀତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × four =