ଉଦଘାଟିତ ହେଲା ସୁବର୍ଣ୍ଣପୁର ସଦର ଥାନାର ନୂତନ କୋଠା

0 110

ସୁବର୍ଣ୍ଣପୁର,୨୮/୨ – ଆଜି ସୁବର୍ଣ୍ଣପୁର ସହର ତଥା ତରଭା ଓ ବିନିକା ଥାନାର ନୂତନ କୋଠା ଗୃହକୁ ସୁବର୍ଣ୍ଣପୁର ଏସ ପି ସୀତାରାମ ଶତପଥି ଶୁଭ ଉଦଘାଟନ କରିଛନ୍ତି । ଏ ଅବସରରେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ ଆମ ପୋଲିସ ବ୍ୟବସ୍ଥା, ଆଧୁନିକ ବ୍ୟବସ୍ଥା ଓ ମୋ ସରକାର ଯୋଜନାର ସଫଳତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଓ ପୋଲିସ ସାଧାରଣ ଜନତାଙ୍କ ନିକଟତର ହୋଇ ଲୋକଙ୍କ ଅସ୍ଥାଭାଜନ ହେବାକୁ ପ୍ରକାଶ କରିଥିଲେ । ଏହାଦ୍ୱାରା ପୋଲିସ କର୍ମଚାରୀଙ୍କ ଉତ୍ସାହ ବଢିବ ବୋଲି ମତ ରଖି ମୋ କାର୍ଯ୍ୟକାଳ ଭିତରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଦିଗରେ ସୁବର୍ଣ୍ଣପୁର ଜ଼ିଲ୍ଲାର ଜନସାଧାରଣ ଓ ସାମ୍ବାଦିକଙ୍କ ସବୁବେଳେ ସହଯୋଗ ରହିଆସିଛି ଓ ଆଗାମୀ ଦିନରେ ମଧ୍ୟ ପୋଲିସ ପ୍ରତି ଏ ସହଯୋଗ ରହିବ ଏହା ମୋର ଦୃଢ଼ ବିଶ୍ୱାସ ଅଛି ବୋଲି ଶ୍ରୀ ଶତପଥି କହିଥିଲେ । ଏ କାର୍ଯ୍ୟକ୍ରମରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଥାନା ଅଧିକାରୀ ନିରଞ୍ଜନ ଦାଶ ପ୍ରମୁଖ ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 5 =