ମହଙ୍ଗା ହେଲା ଅମୁଲ କ୍ଷୀର

0 53

ନୂଆଦିଲ୍ଳୀ,୨୮/୨: ପୁଣି ମହଙ୍ଗା ହେଲା କ୍ଷୀର । ଦେଶରେ ଲୋକପ୍ରିୟତାର ଶିଖର ଛୁଇଁଥିବା ଏବଂ କ୍ଷୀର ବଜାର ରାଜ କରୁଥିବା ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଛି । ସାରା ଦେଶରେ ଲିଟର ପ୍ରତି ୨ ଟଙ୍କା ବଢାଇଲା ଅମୁଲ । ଏହାସହ ନୂଆ ଦର ଲାଗୁ ହେବା ପରେ ଅମୁଲ ଗୋଲ୍ଡର ଦର ୫୦୦ ମିଲିଲିଟରକୁ ୩୦ ଟଙ୍କା, ଅମୁଲ ତାଜା ୫୦୦ ମିଲିଲିଟରକୁ ୨୪ ଟଙ୍କା ଓ ଅମୁଲ ଶକ୍ତି ୫୦୦ ମିଲିଲିଟରକୁ ୨୭ ଟଙ୍କାରେ ବିକ୍ରି କରାଯିବ । ଗଜୁରାଟ କର୍ପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେଶନ ଏକ ବର୍ଷ ପୂରଣ ପାଇଁ ଏହି ଦର ବୃଦ୍ଧି କରିଛି । ଗତ ବର୍ଷ ଜୁଲାଇ ମାସରେ ମଧ୍ୟ କମ୍ପାନୀ କ୍ଷୀରର ଦର ବୃଦ୍ଧି କରିଥିଲା । ଏହି ଦର ବୃଦ୍ଧି ଅମୁଲର ସବୁ ବ୍ରାଣ୍ଡରେ ଲାଗୁ ହେବ । ଯେଉଁଥିରେ ତାଜା, ଶକ୍ତି, ଟି ସ୍ପେଶାଲ ସହ ଗାଈ ଓ ମଇଁଷି କ୍ଷୀର ମଧ୍ୟ ସାମିଲ ଅଛି ।

hiranchal ad1
Leave A Reply

Your email address will not be published.

two × 4 =