ଗ୍ରାମାଞ୍ଚଳରେ ଚୋରାରେ ବିକ୍ରି ହେଉଛି ଖୋଲା ମଦ : ମଦମୃତ୍ୟୁ ଆଶଙ୍କା

0 421

ବର୍ତ୍ତମାନ କରୋନାକୁ ପ୍ରତିହତ କରିବା ପାଇଁ ସବୁଆଡେ ଲକଡାଉନ ହୋଇଛି । ଏପରିକି ଦେଶୀ ଓ ବିଦେଶୀ ମଦ ଦୋକାନ ସିଲ୍ କରାଯାଇଛି । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ପୁଲିସର ସଲାସୁତୁରାରେ ରନ୍ଧା ମଦ ପ୍ରସ୍ତୁତ କରି କମିରା, ପଦ୍ମନପୁର, ତେଲିବନ୍ଧ, ନାରାୟଣନଗର, ଜଗତି ଆଦି ଗ୍ରାମକୁ ଶହଶହ ଲିଟର ଦେଶୀ ମଦ ଯୋଗାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସକୁ ହାତବାରସୀ କରି ଏଭଳି କାର୍ଯ୍ୟ କରା ଯାଉଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି । ସୂଚନା ମତେ ଶନିବାର ସକାଳେ ଜନୈକ ବ୍ୟକ୍ତି ୫ ଲିଟର ମଦ ନେଇ କମିରା ଗ୍ରାମକୁ ଯାଉଥିବା ବେଳେ ପୁଲିସ ହାତରେ ଧରାପଡିଥିଲା । ତାକୁ ଫାଣ୍ଡିକୁ ନେଇ କମିରା ଗ୍ରାମର ଜନୈକ ବ୍ୟକ୍ତି ସହାୟତାରେ ଛଡା ହୋଇଥିବା ଅଭିଯୋଗ ହେଉଛି । ଏ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ବୁଝିବାକୁ ଯିବାରୁ ତାଙ୍କୁ ମଦ କେଶରେ ଆଣିନାହୁଁ ଅଲଗା କେଶରେ ଅଣାହୋଇଛି ବୋଲି ବାଆଁରେଇ ଦେଇଥିଲେ । ଏ ସଂପର୍କରେ ବୌଦ୍ଧ ଆଇଆଇସି ଓ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ନ ହେବା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଅଂଚଳରେ ବିଦେଶୀ ମଦ ବିକୁଥିବା କିଛି ବ୍ୟବସାୟୀଙ୍କ ଠାରୁ ମାସିକ ବଟି ନେଇ ପକେଟ ଗରମ କରୁଥିବା ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ପ୍ରତ୍ୟେହ ନାରାୟଣନଗର, ଜଗତୀ, ପଦ୍ମନପୁର, କମିରା ଓ ଜଗତୀ ଗ୍ରାମକୁ ଖୋଲାମଦ ଆସୁଥିଲେ ହେଁ ପୁଲିସ ପାଖରେ କୌଣସି ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଖୋଲା ମଦ ପିଇ ମଦମୃତ୍ୟୁ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳଥାଉଥାଉ ପୁଲିସ ଓ ଅବକାରୀ ବିଭାଗ ସତତର୍କ ନ ହେଲେ ନେଡି ଗୋଡ କହୁଣୀକୁ ବୋହିଯିବ ଏଥିରେ ସନ୍ଦେହ ନାହିଁ ।

hiranchal ad1
Leave A Reply

Your email address will not be published.

18 + 2 =