ପ୍ରଣାମ ଅନୁଷ୍ଠାନ ତରଫରୁ ଛାତ୍ରୀଛାତ୍ରଙ୍କୁ ଚିତ୍ରାଙ୍କନ ସାମଗ୍ରୀ ଓ ଗପ ବହି ବଂଟନ

0 195

ବୌଦ୍ଧ: ସାରାଦେଶ କରୋନା କବଳରୁ ମୁକ୍ତ ହେବାପାଇଁ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କ ସମୟର ସଦୁପଯୋଗ ଓ ଅଧିକାଂଶ ସମୟ ଘରେ ନିୟୋଜିତ ରହିବା ନିମନ୍ତେ ଏକ ଅଭିନବ ଉପାୟ ଚିନ୍ତା କରିଛି ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ । ଏହାର କର୍ମକର୍ତ୍ତାମାନେ ଆଜି ହରଭଙ୍ଗା ବ୍ଲକ କୃଷ୍ଣମୋହନପୁର ଓ ଝରାସାହି ଗ୍ରାମରେ ପହଞ୍ଚି ଗ୍ରାମରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗପବହି, ଚିତ୍ରାଙ୍କନ ଖାତା, ରଙ୍ଗ, ପେନସିଲ ସହ ଚିତ୍ରାଙ୍କନ ସାମଗ୍ରୀ ବଂଟନ କରିଥିଲେ । ଫଳରେ ଶିଶୁମାନେ ଅଧିକାଂଶ ସମୟ ଘରେ ରହି ଗପବହି ପଢିବା ଓ ଚିତ୍ର ଅଙ୍କନ କରିବାଦ୍ୱାରା ସେମାନଙ୍କର ସୃଜନଶୀଳତା ବୃଦ୍ଧି ପାଇବ ଓ ସେମାନେ ବାହାରେ ବୁଲିବାରୁ ବଞ୍ଚିତ ହେବେ ।

hiring

ଏଥିସହିତ ଗ୍ରାମବାସୀମାନଙ୍କୁ କରୋନା ମହାମାରୀରୁ ନିଜକୁ ରକ୍ଷା କରିବାର ସମସ୍ତ ନିୟମଗୁଡିକ ଅନୁଷ୍ଠାନର ଉପଦେଷ୍ଟା ଡାକ୍ତର ପ୍ରିୟବ୍ରତ ବେହେରା ସମସ୍ତଙ୍କୁ ବୁଝାଇଥିଲେ । ସଭାପତି ବସନ୍ତ କୁମାର ସାହୁ ହାତ ଧୋଇବାର ବ୍ୟବହାରିକ କୌଶଳ ଗୁଡିକ ଶିଖାଇବାସହ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ରକ୍ଷାକରାଇ ହାତ ଧୁଆଇବା ଓ ମାସ୍କ ବାଣ୍ଟିବାରେ ପ୍ରତିଷ୍ଠାତା ସୁକାନ୍ତି ସିଂ, ସଂପାଦକ ପ୍ରଶାନ୍ତ ଭାଇନା, ଜସ୍ମିନ କୌସର, ମାନଭଞ୍ଜନ ମହାରଣା, ସୁଧୀର କୁମାର ନାଏକ ପ୍ରମୁଖ ସହଯୋଗ କରିଥିଲେ । ଏଥିସହିତ ଜ୍ଞାନପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ ମଧ୍ୟ ଜ୍ଞାନପ୍ରକାଶ ପତ୍ରିକା ବାଣ୍ଟିଥିଲେ ।

hiranchal ad1
Leave A Reply

Your email address will not be published.

twelve + eight =